ବେଲଗୁଣ୍ଠାର ବିଭିନ୍ନ ସମବାୟ ସମିତିରେ ମଣ୍ଡି ଉଦ୍ଘାଟିତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ସେବା ସମବାୟ ସମିତିରେ ଧାନ ମଣ୍ଡିକୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ I ଆଜି ପ୍ରଥମ ଦିନରେ ଚାଷୀ ତପନ କୁମାର ମହାପାତ୍ର, ମୁନା ସାମଲ୍ ଓ ସୁରେଶ ଚନ୍ଦ୍ର ଗୌଡ଼ ଧାନ ସରକାରୀ ନିର୍ଦ୍ଧାରିତ ଦରରେ ମଣ୍ଡିକୁ ଧାନ ବିକ୍ରି କରିଥିଲେ I ସରକାରଙ୍କ ଦ୍ୱାରା ନିଯୁ୍କ୍ତି ପ୍ରାପ୍ତ ଦୁଇଜଣ ମିଲର୍ ପ୍ରଶାନ୍ତ କୁମାର ପାତ୍ର ଓ ରବି ନାରାୟଣ ପାତ୍ର ଚାଷୀଙ୍କ ଠାରୁ ଧାନ କ୍ରୟ କରିଥିଲେ I ଅନ୍ୟତମ ଅତିଥି ରୂପେ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୂରୀ, ସମବାୟ ବ୍ୟାଙ୍କ ଶାଖା ପରିଚାଳକ ମନୋଜ୍ କୁମାର ବିଷୋୟୀ, ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ନୋଡାଲ୍ ଅଫିସର୍ ସୂର୍ଯ୍ୟ ନାରାୟଣ ପାଢୀ, ସମ୍ପାଦକ କୃଷ୍ଣ ଚନ୍ଦ୍ର ଡାକୁଆ ଯୋଗ ଦେଇଥିବା ବେଳେ ସଂଗ୍ରାମ ସେଠୀ ଓ ବାସନ୍ତୀ ବେହେରା ସହଯୋଗ କରିଥିଲେ I ସେହିପରି ବୋରି ସେବା ସମବାୟ ସମିତିରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ମଣ୍ଡିକୁ ଉଦ୍ଘାଟନ କରିଥିବା ବେଳେ ଶାଖା ପରିଚାଳକ ମନୋଜ କୁମାର ବିଷୋୟୀ ,ସରପଞ୍ଚ ସୁରେନ୍ଦ୍ର ଡାକୁଆ ଓ ସମ୍ପାଦକ ପ୍ରଦୀପ ପ୍ରଧାନ ଉପସ୍ଥିତ ଥିଲେ I ସେହିପରି ପାଇଲିପଡା ସେବା ସମବାୟ ସମିତିରେ ମଣ୍ଡିକୁ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି କେ. ରବିନ୍ଦ୍ର କୁମାର ପାତ୍ର ଉଦ୍ଘାଟନ କରିଥିଲେ I ଶାଖା ପରିଚାଳକ ମନୋଜ ବିଷୋୟୀ, ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଡିଇଓ ଅଜୟ ସାହୁ, ସରୋଜ କୁମାର ସାହୁ ଓ ଖଦାଳ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ I କ୍ଷତ୍ରୀୟବରପୁର ସେବା ସମବାୟ ସମିତିରେ ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ଉଦ୍‌ଘାଟନ କରିଥିବା ବେଳେ ସମ୍ପାଦକ ହର ପ୍ରସାଦ ବେହେରା ଉପସ୍ଥିତ ଥିଲେ I ଆଜି ପ୍ରଥମ ଦିନରେ ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ ମଣ୍ଡିରେ ବହୁ ଚାଷୀ ଧାନ ବିକ୍ରି କରିଥିଲେ I ବେଲଗୁଣ୍ଠାର ବିଭିନ୍ନ ସମବାୟ ସମିତିରେ ମଣ୍ଡି ଉଦ୍ଘାଟିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ