ବେଲଗୁଣ୍ଠା ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୩ତମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ସହକାରୀ ଗଭର୍ଣ୍ଣର ରୋଟାରିଆନ୍ ଭି.ଦେବୀ ପ୍ରସାଦ ପାତ୍ର ସଭାପତିତ୍ବ କରିଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି, ଉପଦେଷ୍ଟା ରବୀନ୍ଦ୍ରନାଥ ଚୌଧୁରୀ, ଉପସଭାପତି ଟି.ବିଶ୍ୱନାଥ ପାତ୍ର, ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ମହାପାତ୍ର, ସମ୍ପାଦକ ଗଗନ ବିହାରୀ ଲେଙ୍କା, ସମ୍ମାନିତ ଅତିଥି ଭାବେ ଶିକ୍ଷା ସଙ୍ଗଠକ ପ୍ରକାଶ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷା ଛାତ୍ରଛାତ୍ରୀ ଜୀବନର ମୁଖ୍ୟ ଅଙ୍ଗ । ଗୁଣାତ୍ମକ ଶିକ୍ଷା ଛାତ୍ର ଜୀବନକୁ ଆଲୋକିତ କରି ତାର ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିଥାଏ । ଅଭିବାବକ ଓ ଶିକ୍ଷକ ଉଭୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ଗୁରୁତ୍ୱ ଦେଲେ କୋମଳମତୀ ଛାତ୍ରଛାତ୍ରୀ ମାନେ ନିଜକୁ ଏକ ଭଲ ମଣିଷ ରେ ପରିଣତ କରିଥାଆନ୍ତି । ନିଜକୁ ଶ୍ରୀମା ଓ ଜଗତଗୁରୁ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିବା ସହିତ ଉପଦେଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସହକାରୀ ଅପା-ଭାଇ ବୁଲୁ ଦାସ,ସ୍ୱାତୀ ସାହୁ, ତପସ୍ୱିନୀ ଜେନା, ସ୍ମୃତିରେଖା ନାୟକ,ନନ୍ଦିନୀ ସାହୁ, ରଞ୍ଜନ ଗୌଡ, ସତ୍ୟନାରାୟଣ ପୋଲାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।