ବେଲଗୁଣ୍ଠା ଆମିଷ ବଜାର ଆବଣ୍ଟନରେ ଦୁର୍ନୀତି
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଆମିଷ ବଜାର ଭେଣ୍ଡିଂ ଜୋନ୍ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲେ ଅମିଷ ବ୍ୟବସାୟୀ ଅଣ ଆମିଷ ବ୍ୟବସାୟୀଙ୍କୁ ଚଢା ଦରରେ ଭେଣ୍ଡିଂ ଜୋନ୍ ଦେବା ନେଇ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ପତ୍ର । ବେଲଗୁଣ୍ଠା ଆମିଷ ବଜାର ଭେଣ୍ଡିଂ ଜୋନ୍ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବେଲଗୁଣ୍ଠା ଆମିଷ ବ୍ୟବସାୟୀ ଗଣ ।ଏହାର ପ୍ରତିବାଦରେ ସମସ୍ତ ଆମିଷ ବ୍ୟବସାୟୀଙ୍କ ଦସ୍ତଖତ ଥିବା ଏକ ଅଭିଯୋଗ ପତ୍ର ଦିଆଯାଇଛି | ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କୁ ଦେଇଥିବା ସୁଚନା ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ,ଗତ ବର୍ଷ ଅର୍ଥାତ ୨୦୧୯ ଡିସେମ୍ବରରେ ବେଲଗୁଣ୍ଠା ଆମିଷ ବଜାରରେ ପରିଷଦ ତରଫରୁ ୧୯ଟି ଭେଣ୍ଡିଂ ଜୋନ୍ ତିଆରି କରାଯାଇଥିଲା । ଏବଂ ସେଗୁଡ଼ିକୁ ଲଟେରୀ ମାଧ୍ୟମରେ ବେଲଗୁଣ୍ଠା ଅମିଷ ବଜାରର ବିଭିନ୍ନ ଅମିଷ ବ୍ୟବସାୟୀ ମାନଙ୍କୁ ବଣ୍ଟନ କରାଯାଇଥିଲା । କିନ୍ତୁ ସେଥିରୁ କେତୋଟି ଭେଣ୍ଡିଂ ଜୋନ୍ ଲଟେରୀ ନ କରି ତତ୍କାଳୀନ ନୀର୍ବାହୀ ଅଧିକାରୀ ଚଞ୍ଚକତା କରି କିଛି ଅଣ ଆମିଷ ବ୍ୟବସାୟୀଙ୍କୁ ଚଢ଼ା ଦରରେ ବିକ୍ରି କରି ଥିବା ଅଭିଯୋଗ ହୋଇଛି । ଏହି କଥା ସେହି ସମୟରେ ମଧ୍ୟ ଆମିଷ ବ୍ୟବସାୟୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ବ୍ୟବସାୟ ବନ୍ଦ କରିବା ପାଇଁ ତତ୍କାଳୀନ ନୀର୍ବାହୀ ଅଧିକାରୀ ଧମକଚମକ ଦେଇଥିବା କଥା ଆମିଷ ବ୍ୟବସାୟୀ ମାନେ କହିଛନ୍ତି । ଏ ନେଇ ଗତ ଜାନୁଆରୀ ମାସ ୨୦ ତାରିଖରେ ବ୍ୟବସାୟୀ ମାନେ ନୀର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ୱାଟସ୍ଆପ୍ ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଛନ୍ତି । ଗତକାଲି ଭେଣ୍ଡିଂ ଜୋନ୍ ମଧ୍ୟରୁ ଗୋଟିଏ ଭେଣ୍ଡିଂ ଜୋନ୍ ରେ ଜଣେ ଅଣ ଆମିଷ ବ୍ୟବସାୟୀ ଲୁହା କବାଟ ଲଗାଉଥିବା ଦେଖି କିଛି ଅମିଷ ବ୍ୟବସାୟୀ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ ପୁର୍ବତନ ନୀର୍ବାହୀ ଅଧିକାରୀ ସୁନୀଲ୍ କୁମାର ତ୍ରିପାଠୀଙ୍କ ଠାରେ ୩ ଲକ୍ଷ ଟଙ୍କା ଜମା ଦେଇ ଭେଣ୍ଡିଂ ଜୋନ୍ ଟି କିଣିଥିବା ପ୍ରକାଶ କରିଥିଲେ । ଏବଂ ଏଠାରେ ମିଠା ଓ ଜଳଖିଆ ଦୋକାନ ହେବ ବୋଲି ଜଣାଇଥିଲେ । ତେଣୁ ନିର୍ବାହୀ ଲଟେରୀ ହୋଇନଥିବା ଭେଣ୍ଡିଂ ଜୋନ୍ ଗୁଡିକ ଲୁଚାଛପାରେ ଟେଣ୍ଡର ହୋଇ ଅନିୟମିତ ଭାବେ ଆବଣ୍ଟନ କରିଥିବା ନେଇ ଆମିଷ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଉକ୍ତ ଅର୍ଥ ପରିଷଦ କୁ ନ ଯାଇ ବାଟମାରଣା ହୋଇଛି କି ବୋଲି ବେଲଗୁଣ୍ଠା ସହରରେ ଚର୍ଚ୍ଚା ଜୋର୍ ଧରିଛି । ତେଣୁ ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ନୀର୍ବାହୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।