ବେଲଗୁଣ୍ଠା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ.ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଅଧ୍ୟାପକ ରାଜେଶ୍ଵର ପୃଷ୍ଟି ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ I ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବୀରେନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇ ସାଂପ୍ରତିକ ସମୟରେ ଏହି ତାଲିମ୍ ର ଆବଶ୍ୟକତା ଏବଂ ଜୀବନରେ ଏହାର ପ୍ରୟୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଅନ୍ୟତମ ଅତିଥି ରୂପେ ସାମ୍ବାଦିକ ଶିବରାମ ଚୌଧୂରୀ, ଅଧ୍ୟାପକ ଦୁଃଖୀଶ୍ୟାମ ବେହେରା,ରଜତ୍ କୁମାର ଆରୁଖ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୋଲାଇ, ଡେମୋନଷ୍ଟ୍ରେଟର୍ ହେମନ୍ତ କୁମାର ନାୟକ ପ୍ରମୁ୍ଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଭାବରେ ରୀନା ଖଟାଇ ଏବଂ ଇତିଶ୍ରୀ ସ୍ଵାଇଁ ଯୋଗ ଦେଇଥିଲେ I ବାଣିଜ୍ୟ ଅଧ୍ୟାପକ ପବିତ୍ର ମୋହନ୍ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ I ଅନୁଷ୍ଠାନ କର୍ମଚାରୀ ବିଶ୍ଵନାଥ ଡାକୁଆ, ଦିଲ୍ଲୀପ କୁମାର ପାତ୍ର ,ଲୋକନାଥ ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ