ବେଲଗୁଣ୍ଠା ଏନଏସି ପକ୍ଷରୁ ସ୍ୱତନ୍ତ୍ର ଗଳି ସଫେଇ ଅଭିଯାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଗଳି ସଫେଇ ଅଭିଯାନ ଚାଲୁ ରହିଛି । ପ୍ରତ୍ୟେକ ଗଳି ସଫା କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଯାହା ଦ୍ୱାରା ଲୋକେ କହିବେ ବାଃ ଆମ ସହର କେଡ଼େ ସୁନ୍ଦର । ବେଲଗୁଣ୍ଠାର କୋଳି ସାହିରେ ସକାଳୁ ସ୍ୱତନ୍ତ୍ର ଗଳି ସଫେଇ ଅଭିଯାନ ଆରମ୍ଭ ହୋଇଥିଲା । ଏହି କାଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସମସ୍ତ କାଉନସିଲର ଓ କୋଳି ସାହି ଯୁବ ଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ନଗରପାଳ ଫିରୋଜ କୁମାର ସେଠୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଅଭିମନ୍ୟୁ ପଟ୍ଟନାୟକ, କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ଲିଜା ବେହେରା, କାଁହୁ ଚରଣ ସାହୁ, ପ୍ରଦୀପ ସେଠୀ, ଦିଲ୍ଲୀପ ଅଚାରୀ, ବିଶ୍ୱନାଥ ଦଳେଇ, ପ୍ରତିମା ସ୍ୱାଇଁ, ଜିତେନ୍ଦ୍ର ସୁବୁଦ୍ଧି ଓ ଜଗନ୍ନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କାଉନସିଲର ପ୍ରଦୀପ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ