ବେଲଗୁଣ୍ଠା ଏନ୍ଏସି ତରଫରୁ ସ୍ଵଚ୍ଛତା ସଚେତନତା ଶୋଭାଯାତ୍ରା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଇଣ୍ଡିଆନ୍ ସ୍ଵଚ୍ଛତା ଲିଗ୍ ତରଫରୁ ସାରା ଭାରତରେ ପରିବେଶ ସ୍ଵଚ୍ଛତାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମଧ୍ୟ ଏକ ସ୍ଵଚ୍ଛତା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ଶୋଭାଯାତ୍ରା ବେଲଗୁଣ୍ଠା ସହର ପରିକ୍ରମା କରିବା ସହିତ ବେଲଗୁଣ୍ଠା ସହରକୁ ସ୍ଵଚ୍ଛ ଏବଂ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ବର୍ଜ୍ୟବସ୍ତୁ ହ୍ରାସ, ପଲିଥିନ ବ୍ୟବହାର ନିଷେଧ, ଡଷ୍ଟବିନ୍ ର ବ୍ୟବହାର କରିବା ପାଇଁ ସହରବାସୀଙ୍କୁ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ୍,କାହ୍ନୁ ଚରଣ ସାହୁ, ପ୍ରଦୀପ କୁମାର ସେଠୀ, ପ୍ରତିମା ସ୍ୱାଇଁ,ବିଶ୍ଵନାଥ ଦଳାଇ, କାଉନସିଲର୍ ପ୍ରତିନିଧି ରଞ୍ଜିତକୁମାର ସାମଲ୍, ଟୁଟୁ ସୁବୁଦ୍ଧି,ସିଇଓ ଅଞ୍ଜଳୀ କୁମାରୀ ପଣ୍ଡା,ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ,ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ମୁକ୍ତା ସେଲ୍ ଏମ୍ପ୍ଲୟମେଣ୍ଟ ଏକ୍ସପର୍ଟ ମଙ୍ଗୁଳୁ ମୁନି, ସଂଯୋଜକ ସରୋଜ ପଣ୍ଡା,ଆକାଉଣ୍ଟାଣ୍ଟ୍ ଖିରୋଦ କୁମାର ବେହେରା,ସାଗରିକା ସାହୁ, ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ, ସ୍ଵଚ୍ଛ ସାଥୀ,ସ୍ଵଚ୍ଛ ସୁପରଭାଇଜର,ଅଧ୍ୟାପକ ସପନ କୁମାର ପ୍ରଧାନ ଏବଂ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ