ବେଲଗୁଣ୍ଠା ଏନ୍.ଏ.ସିରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଭିଯୋଗ ଶୁଣାଣି

ବେଲଗୁଣ୍ଠା,(ଶିବରାମ ଚୈାଧୁରୀ): ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା,ଗଞ୍ଜାମ,ଛତ୍ରପୁର ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ ଆଜି ସକାଳ ୧୧ଘଣ୍ଟା ସମୟରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ମୋ ସରକାର କକ୍ଷରେ ଜନସାଧାରଣଙ୍କ ଅଭିଯୋଗ ଶୂଣାଣି କରିଥିଲେ ।ଏଥିରେ ରାସନ କାର୍ଡ ପାଇଁ ୧୮ଟି,ଆବାସ ଯୋଜନାରେ ସାମିଲ ପାଇଁ ୧୦ଟି,ଜବରଦଖଲ ଉଚ୍ଛେଦ ପାଇଁ ୩ଟି,ସ୍ଥାୟୀ ଘର ପଟ୍ଟା ପାଇଁ ୩ ଟି ଓ ସାନିଟେସନ୍ ପାଇଁ ୪ ଟି ଏହିପରି ୩୮ଟି ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ତଦନ୍ତ କରି ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ ।ପୁର୍ତ୍ତ ବିଭାଗ ରୋଡ୍ ଠାରୁ ଧନିଜାପଲ୍ଲି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରିବା।ପାଇଁ ଧନିଜାପଲ୍ଲି ଗ୍ରାମବାସୀଙ୍କ ଆବେଦନ କୁ ଗ୍ରହଣ କରି ଏହାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ମଣ୍ଡଳ ପ୍ରକାଶ କରିଛନ୍ତି ।ଏହି ଶୁଣାଣି ରେ ନିର୍ବାହୀ ଅଧିକାରୀ ସୁନୀଲ୍।କୁମାର ତ୍ରିପାଠୀ,ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା ଉପସ୍ଥିତ ଥିଲେ ।ଏହି ଜନ ଶୁଣାଣି ପ୍ରତ୍ୟେକ ମାସ ୨ୟ ଓ ୪ର୍ଥ ସୋମବାର ଏହି ଶୁଣାଣି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ