ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀଙ୍କ ଦୁର୍ନୀତି ଓ ମହିଳାଙ୍କୁ ଅସଦାଚରଣ ମାମଲା

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ତାଙ୍କ ଅଧିନସ୍ଥ କନିଷ୍ଠ ଯନ୍ତ୍ରୀଙ୍କୁ ହତ୍ୟା ଧମକ ଓ କାର୍ଯ୍ୟାଳୟର ଗୋଷ୍ଠୀ ସହାୟିକାଙ୍କୁ ଅଶ୍ଳୀଳ ଆଚରଣ ନେଇ ଦୁହିଁଙ୍କ ଏତାଲାକୁ ଭିତ୍ତିକରି ଦୁଇଟି ମାମଲା ରୁଜ୍ଜୁ କରିଥିଲେ ବେଲଗୁଣ୍ଠା ପୋଲିସ ।କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନାଙ୍କୁ କୌଣସି କାମ ହୋଇନଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମରାମତି ପାଇଁ ପ୍ରାୟ ୬ ଲକ୍ଷ ଟଙ୍କାର ସ୍ଥାନୀୟ ଜଣେ ଠିକାଦାରଙ୍କ ସଂସ୍ଥା ନାମରେ ମିଥ୍ୟା ବିଲ୍ କରିବା ପାଇଁ ଚାପ ପକାଇଥିଲେ ।କିନ୍ତୁ ଶ୍ରୀ ଜେନା ମନା କରିବାରୁ ନିର୍ବାହି ଅଧିକାରୀ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀ ଦାସ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ ।ପୋଲିସ ଏ ନେଇ ବୁଧବାର ଦିନ ଭାରତୀୟ ଦଣ୍ଡ ବିଧାନ ଆଇନ ୨୯୪ ଓ ୫୦୬ ପ୍ରକାରେ ୨୫୮/୨୦ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ ।ଏହାର ୨୪ ଘଣ୍ଟା ନପୁରୁଣୁ ବେଲଗୁଣ୍ଠା ଏନ୍.ଏ.ସିର ଜଣେ ମହିଳା କର୍ମଚାରୀ ତଥା ଗୋଷ୍ଠୀ ସହାୟିକା ନିର୍ବାହୀ ଅଧିକାରୀଙ୍କ ନାମରେ ଆଉ ଏକ ସଙ୍ଗୀତ ମାମଲା ନେଇ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ ।ତାଙ୍କ ଏତାଲା ପ୍ରକାରେ, ଗତ ଏପ୍ରିଲ ମାସରେ କରୋନା ମୁକାବିଲାରେ ସଙ୍ଗରୋଧ କେନ୍ଦ୍ର ଓ ଆଇସୋଲେସନ ୱାର୍ଡ ପାଇଁ କିଣାଯାଇଥିବା ଜିନିଷପତ୍ରକୁ ନେଇ ଏକ ମିଥ୍ୟା ବିଲ୍ ତଥା ଅଧିକା ଜିନିଷ କିଣିଥିବା ନେଇ ଏକ ମିଥ୍ୟା ବିଲ୍ ପ୍ରସ୍ତୁତ କରିବା ପାଇଁ ଗୋଷ୍ଠୀ ସହାୟିକାଙ୍କୁ କହିଥିଲେ ।କିନ୍ତୁ ମହିଳା କର୍ମଚାରୀ ଜଣକ ମନା କରିବାରୁ ତାଙ୍କୁ ବହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଲୁଗାପଟା ଟାଣିବା ସହ ତାଙ୍କର ସମ୍ବେଦନଶୀଳ ଅଙ୍ଗର ନାମ ନେଇ ଅଶ୍ଳୀଳ ଆଚରଣ କରିଥିଲେ ।ଏ ନେଇ ସେ ଗୁରୁବାର ଦିନ ଏତାଲା ଦେଇଥିଲେ,ବେଲଗୁଣ୍ଠା ପୋଲିସ ୨୬୧/୨୦ ରେ ଏକ ମାମଲା ରୁଜୁ କରିଥିଲେ ।ଦୁଇ ଦିନରେ ଦୁଇଟି ଅଭିଯୋଗ ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାକୁ ଗୁରତ୍ୱ ଦେଇ ପିଡୀତାଙ୍କୁ ଧାରା ୧୬୧ ଓ୧୬୪ରେ ବୟାନ ରେକର୍ଡ ପାଇଁ ଭଞ୍ଜନଗର ନେଇଥିଲେ ।କିନ୍ତୁ କୌଣସି କାରଣରୁ ଗୁରୁବାର ଦିନ ତାହା ହୋଇପାରିନଥିଲା ।ତେଣୁ ଆଜି ସକାଳ ପିଡୀତା ଭଞ୍ଜନଗର ଥାନାରେ ମହିଳା ଡେସ୍କ ଅଧିକାରୀ ଏସ୍.ଆଇ ଲୀତାରାଣୀ ପରିଡା ଧାରା ୧୬୧ ପ୍ରକାରେ ପିଡୀତାଙ୍କ ବୟାନ ନେଇଥିଲେ ଏବଂ ଭଞ୍ଜନଗର ଏସ୍.ଡି.ଜେ.ଏମ୍ ଙ୍କ ନିକଟରେ ଧାରା ୧୬୪ ପ୍ରକାରେ ପିଡୀତାଙ୍କ ବୟାନ ରେକର୍ଡ ହୋଇଥିଲା ।ଆଜି ଏ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ପୋଲିସ ଟିମ୍ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ।ଏବଂ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ପୋଲିସ ତରଫରୁ ଉଦ୍ୟମ ହୋଇଥିଲେ ମଧ୍ୟ ସେ ବେଲଗୁଣ୍ଠାରୁ ଚମ୍ପଟ ମାରିଥିବାରୁ ଏବଂ ତାଙ୍କ ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରିନାହିଁ ।ଅନ୍ୟ ପକ୍ଷରେ ମହିଳାଙ୍କ ମାମଲାଟି ଗତ ଏପ୍ରିଲ ମାସର ହୋଇଥିବା ବେଳେ ଏପ୍ରିଲ ୧୦ତାରିଖରେ ମହିଳା କର୍ମଚାରୀ ଜଣଙ୍କ ନୀର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ପତ୍ର ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନଥିଲା ।ତେଣୁ ସେ ବାଧ୍ୟ ହୋଇ ଥାନାର ଆଶ୍ରୟ ନେଇଥିଲେ ।ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିର୍ବାହୀ ଅଧିକାରୀଙ୍କ ଅମଳରେ ବେଲଗୁଣ୍ଠା ଏନ୍.ଏ.ସିରେ ବହୁ ଦୁର୍ନୀତି ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ ହେଉ ବୋଲି ଅଞ୍ଚଳବାସିନ୍ଦା ଦାବି କରିଛନ୍ତି ଏବଂ ଦୁର୍ନୀତିରେ ନୀର୍ବାହୀ ଅଧିକାରୀଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରାଯାଉ ବୋଲି ପୁର୍ବତନ କାଉନସିଲର ସି.ଏଚ୍.ଜତୀନ ପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ