ବେଲଗୁଣ୍ଠା ଜି.ଟି ହାଇସ୍କୁଲ ୧୯୯୫ ମସିହା ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁ ମିଳନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୧୯୯୫ ମସିହା ଦଶମ ଶ୍ରେଣୀ ପୁରାତନ ଛାତ୍ରଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ବେଲଗୁଂଠା ବ୍ଲକ ଅନ୍ତର୍ଗତ ମାଧବରିଡା ଆନିକଟ ଜଳସମ୍ପଦ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ବନ୍ଧୁ ଯୋଗ ଦେଇ ନିଜ ନିଜ ବିଦ୍ୟାଳୟ ସମୟର ସ୍ମୃତି ଉଜ୍ଜୀବିତ କରିଥିଲେ ।ସମସ୍ତେ ନିଜ ନିଜ କର୍ମ ମୟ ଜୀବନରେ ବ୍ୟସ୍ତ ରହିଲେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଏକ ନୁତନ ଉନ୍ମାଦ ଯୋଗାଇଥାଏ ବୋଲି ମତପ୍ରକାଶ ହୋଇଥିଲା ।ଆଗାମୀ ଦିନରେ ଏହି ୧୯୯୫ ମସିହା ପୁରାତନ ସଂଘ ତରଫରୁ ବେଲଗୁଣ୍ଠାରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବନ୍ଧୁତ୍ୱ ତଥା ଭାତୃଭାବ ବଜାୟ ରହିବ ବୋଲି ସମସ୍ତେ ଆଶାପୋଷଣ କରିଥିଲେ ।କାର୍ଯ୍ୟକ୍ରମରେ ଦୀପକ କୁମାର ପଣ୍ଡା,ଶୁଭ୍ର ମହାପାତ୍ର,ସମୀର ଦାସ,ସଞ୍ଜୟ, ରାଜ କୁମାର, ପ୍ରଶାନ୍ତ ବେହେରା, ବିଭୂତି, ଉପେନ୍ଦ୍ର, ପ୍ରଶାନ୍ତ,ସୁନୀଲ, ନିତ୍ୟାନନ୍ଦ, ଲଲାଟେନ୍ଦୁ,ବିଜୟ,କେଦାର, ରାଜେଶ;ପତିତପାବନ, ଚିତ୍ତ,ପ୍ରମୋଦ, ଜିତେନ୍ଦ୍ର, ସନତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ