ବେଲଗୁଣ୍ଠା ତହସିଲ ଦ୍ୱାରା ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ତହସିଲ ଦ୍ୱାରା ବଡ଼ବୋରସିଂ ପଞ୍ଚାୟତ ରେ ଦ୍ୱିତୀୟ ପର୍ଯ୍ୟାୟ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ତହସିଲଦାର ମନୋଜ ପ୍ରଭାକର କୁଜୁର ଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରିଥିଲେ l ସ୍ୱତନ୍ତ୍ର ଅତିଥି ରୂପେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗଦେଇ ରାଜ୍ୟସରକାର ଙ୍କ ମୋ ତହସିଲ କାର୍ଯ୍ୟକ୍ରମ ସଫଳତା ବର୍ଣ୍ଣନା କରିଥିଲେ l ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ ରାମେଶ୍ୱର ପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବାବେଳେ ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ l ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟା ମମତା ଭୋଳ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା ଯୋଗଦେଇଥିଲେ l ଆଜି ୪୦୦ ଜଣ ହିତାଧିକାରୀ ପଟ୍ଟା ପାଇ ଉପକୃତ ହୋଇଥିଲେ l ତହସିଲ ତରଫରୁ ରାଜସ୍ୱ ନିରୀକ୍ଷକ କାହ୍ନୁ ଚରଣ ସାହୁ, ସନ୍ତୋଷ ବେହେରା, ଗୀତାଞ୍ଜଳି ମଲ୍ଲିକ, ସୁପ୍ରରଭାଇଜର କଂଗ୍ରେସ ମଲ୍ଲିକ, ନାଜିର ପ୍ରତାପ ପ୍ରଧାନ, ରେକଡ଼ ବିଭାଗ କିରାଣୀ ରବୀନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ l


