ବେଲଗୁଣ୍ଠା ପୋଲିସର ବ୍ଲକିଂ ଚେକିଂ କଡାକଡି; ଦୁଇ ଦିନରେ ୨୨ ହଜାର ଟଙ୍କା ଜୋରିମାନା ଆଦାୟ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ): ସଡ଼କ ସୁରକ୍ଷା ଏବଂ ଗାଡ଼ି ଚାଳନାର ନିୟମ ବିଷୟରେ ଲୋକଙ୍କୁ କେତେ ସଚେତନ କରାଗଲେ ମଧ୍ଯ କିଛି ଅମାନିଆ କିନ୍ତୁ ସୁଧୁରିବାର ନାଁ ଧରୁ ନାହାନ୍ତି I ଫଳରେ ପୋଲିସ୍ ବାଧ୍ୟ ହୋଇ ବ୍ଳକିଂ ଚେକିଂ କରି ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଫାଇନ ଆଦାୟ କରୁଛି I ଦୁଇ ଦିନ ହେବ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠାରେ ଟ୍ରାଫିକ୍ ସଚେତନତା କରାଯିବା ସହ ଯାଞ୍ଚ୍ କରାଯାଇ ହେଲମେଟ୍ ପିନ୍ଧି ନଥିବା ମୋଟରସାଇକେଲ୍ ଚାଳକ, ଦୁଇରୁ ଅଧିକ ବ୍ୟକ୍ତି ବସିଥିବା ବାଇକ ଏବଂ ଦ୍ରୁତ ଗତିରେ ବାଇକ୍ ଚଳାଉଥିବା 44 ଜଣ ଚାଳକଙ୍କ ଠାରୁ 500 ସହ ଟଙ୍କା ଲେଖାଏଁ 22000 ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ଏହି ବାଇକ୍ ଯାଞ୍ଚ୍ ପ୍ରକ୍ରିୟାରେ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ନେତୃତ୍ୱରେ ଏସ୍ଆଇ ସୁରେନ୍ଦ୍ର ସେଠୀ,ଏଏସ୍ଆଇ ଜିଡି ପାତ୍ର,ହାବିଲଦାର ବିଶ୍ୱନାଥ ବିଶ୍ୱାଳ,କନଷ୍ଟେବଲ୍ ଭିକି ବରାଡ, ରାଜୀବ୍ ପାଣିଗ୍ରାହୀ,ପର୍ଶୁରାମ ପାତ୍ର, ବିଜୟ ରାୟଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ I ଆଗକୁ ଏହି ଯାଞ୍ଚ୍ ପ୍ରକ୍ରିୟା ଅଧିକ କଡାକଡି ହେବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ