ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଂଗଠନିକ ସମ୍ମିଳନୀ ଓ ଆଲୋଚନାଚକ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ନବ ଗଠିତ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଂଗଠନିକ ସମ୍ମିଳନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାଥମିକ ଶିକ୍ଷା ଏବଂ ଶିକ୍ଷକ ଶୀର୍ଷକ ପ୍ରସଙ୍ଗରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ I ଏହା ସହିତ ଶିକ୍ଷକ ପ୍ରଥମେ ଶିକ୍ଷାର୍ଥୀଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟକରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ପିଷ୍ଟା ସଭାପତି ହେମନ୍ତ କୁମାର ସେଠୀ ଯୋଗ ଦେଇ ତୃଣମୂଳ ସ୍ତରରୁ ଶିକ୍ଷକ ମାନଙ୍କ ଗ୍ରେଡେସନ, ପଦୋନ୍ନତି ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ବକ୍ତବ୍ୟ ରଖିଥିଲେ I ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା,ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସୁଦାମ ଦଳବରା,ଗଞ୍ଜାମ ଜିଲ୍ଳା ସମ୍ପାଦକ ଜି ତ୍ରିପତି,ଛତ୍ରପୁର ବ୍ଳକ୍ ପିଷ୍ଟା ସଭାପତି କୃଷ୍ଣଚନ୍ଦ୍ର ଦାସ,ସୋରଡା ବ୍ଳକ୍ ସଭାପତି ସନ୍ୟାସୀ ନାୟକ,ଜଗନ୍ନାଥ ପ୍ରସାଦ ବ୍ଳକ୍ ସଭାପତି ଉମାଶଙ୍କର ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ତାନସେନ ସ୍ୱାଇଁ,ହିଞ୍ଜିଳି ବ୍ଳକ୍ ସଭାପତି କାହ୍ନୁ ଚରଣ ସାହୁ,ପୋଲସରା ବ୍ଳକ୍ ସଭାପତି ଦିଲ୍ଲୀପ କୁମାର ସେଠୀ,ଗଞ୍ଜାମ ଜିଲ୍ଳା ଉପଦେଷ୍ଟା ଚିନ୍ମୟ କୁମାର ପତି,ଭଞ୍ଜନଗର ବ୍ଳକ୍ ସମ୍ପାଦକ ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବା ଉପରେ ବକ୍ତବ୍ୟ ରଖିଥିଲେ I ଏହି ବୈଠକରେ ବେଲଗୁଣ୍ଠା ବ୍ଳକ୍ ର ୨୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଗଞ୍ଜାମ ଜିଲ୍ଲାର ଏକାଦଶତମ ବ୍ଳକ୍ ଭାବେ ରାଜ୍ୟ ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ( ପିଷ୍ଟା) ସହ ଆନୁଷ୍ଠାନିକ ଭାବେ ଅନୁବନ୍ଧିତ ହୋଇଥିଲା I ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଛାୟାକାନ୍ତ ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ I ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ ମନୋରଞ୍ଜନ ବିଷୋୟୀ, ଉପସଭାପତି ଶଲ୍ୟ ସିୟ,କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀ,ଶିକ୍ଷକ ଶିତଳ ପ୍ରସାଦ ଜେନା,ଅଚ୍ୟୁତ ବ୍ରହ୍ମାଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ