ବେଲଗୁଣ୍ଠା ବଣିକ ସଂଘର ୪୧ ଜଣ ବ୍ୟବସାୟୀ କରାଇଲେ କରୋନା ଟେଷ୍ଟ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ର କହର ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଦିନ ଦିନ ଅଧିକ ଟେଷ୍ଟ ଓ ଉପଯୁକ୍ତ ଚିକିତ୍ସା ଉପରେ ଗୁରୁତ୍ଵ ଦେଇଛନ୍ତି ।ତା ସହ ବିଭିନ୍ନ ରେଡଜୋନ ରେ ଥିବା ଅଞ୍ଚଳରେ ସମ୍ପୂର୍ଣ ଶଟଡାଉନ ଜାରି ରହିଛି ।ଫଳରେ ଶଟଡାଉନ ଅଞ୍ଚଳରେ ଅଧିକ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗ ର ବ୍ୟବସାୟୀ ମାନେ ।ସେମାନେ ନିଜ ବ୍ୟବସାୟ କେମିତି କରିବେ ଏବଂ ନିଜର ପରିବାର ପ୍ରତିପୋଷଣ କେମିତି କରିବେ ଏ ନେଇ ଚଚିନ୍ତା ରେ ।ଗଞ୍ଜାମ ଜିଲ୍ଲା ର ପୃମୁଖ ହଟସ୍ପଟ ହୋଇରହିଛି ବେଲଗୁଣ୍ଠାସହର।ବେଲଗୁଣ୍ଠା ସହର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ।କିନ୍ତୁ କାରୋନା ଲକ ଡାଉନ ବ୍ୟବସାୟୀ ମାନଙ୍କ ଆର୍ଥିକ ମମେରୁଦଣ୍ଡ ଦୋହଲାଇ ଦେଇଛି ।ପ୍ରାୟ ଏକ ମାସ ରୁ ଊର୍ଦ୍ଧ୍ଵ ଦୋକାନ ସମ୍ପୂର୍ଣ ବନ୍ଦ ଥିବା ରୁ ନିଜର ପରିବାର ଚଳାଇବା ତଥା ସାହୁକାର ଙ୍କ ବକେୟା ଦେବା ମୁସ୍କିଲ ହୋଇପଡିଛି ।ଗତକାଲି ବେଲଗୁଣ୍ଠା ଏନ.ଏ.ସି ନିର୍ବାହୀ ଅଧିକାରୀ ରାକେଶ ପାତ୍ରଙ୍କ ସହ ବେଲଗୁଣ୍ଠା ବଣିକ ସଂଘ ର ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ।ଉପଦେଷ୍ଟା ଲିଙ୍ଗରାଜ ପାତ୍ର,ପୂର୍ବତନ କାଉନ୍ସିଲର ଜିତେନ୍ଦ୍ର ସୁବୁଦ୍ଧି ଙ୍କ ସହ କିଛି ସଭ୍ୟ ବଣିକ ସଂଘ ଗୃହରେ ଏକ ଅଲୋଚନା ଚକ୍ର କରିଥିଲେ ।ଦୋକାନ ଖୋଲିବା ନେଇ ବିସ୍ତ୍ରୁତ ଆଲୋଚନା କରିଥିଲେ ।ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ସେମାନଙ୍କୁ କାରୋନା ଭୟାବହତା ଉପରେ ଆଲୋକପାତ କରି ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେବା ସହ ସହରକୁ କରୋନା ମୁକ୍ତ କରିବା ପାଇଁ ସମସ୍ତ ବ୍ୟବସାୟୀଙ୍କ ସହଯୋଗ ଲୋଡିଥିଲେ ।ସହର ସଂପୂର୍ଣ୍ଣ କରୋନ ମୁକ୍ତ ହେଲେ ଦୋକାନ ଖୋଲିବା ସମ୍ଭବ ବୋଲି କହିଥିଲେ ।ଯଦି କାହାର କରୋନା ପଜିଟିଭ ଆସିଲା ତେବେ ଲକ୍ଷଣକୁ ଲକ୍ଷ୍ୟ କରି ପ୍ରଶାସନ ତରଫରୁ ନିଜ ଘରେ ଆଇସୋଲସନ ବ୍ୟବସ୍ଥା କରାଯିବା ସହ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯିବା ସହ ସଂପୂର୍ଣ୍ଣ ଧ୍ୟାନ ଦିଆଯିବା ନେଇ ସ୍ଵଷ୍ଟ କରିଥିଲେ ସମସ୍ତେ ପ୍ରଶାସନକୁ ସହଯୋଗ କରିବା ପାଇଁ ସହମତି ଦେଇ ସହର ସମସ୍ତ ବ୍ୟବସାୟୀ କରୋନା ପରୀକ୍ଷା କରାଇବେ ବୋଲି କହିଥିଲେ ।ଆଜି ସହରର ୪୧ ଜଣ ବ୍ୟବସାୟୀ ସ୍ଥାନୀୟ ଟାଉନ ହଲଠାରେ ନିଜର ପରୀକ୍ଷା ଅଣ୍ଟିଜେନ ଟେଷ୍ଟ କରିଥିବା ଜଣାପଡିଛି ।ବ୍ୟବସାୟୀ ମାନେ ସ୍ଵେଚ୍ଛାକୃତ ପରୀକ୍ଷା ପାଇଁ ଉତ୍ସାହ ଏବଂ ସହଯୋଗ ପାଇଁ ନିର୍ବାହୀ ଅଧିକାରୀ ରାକେଶ ପାତ୍ର ବେଲଗୁଣ୍ଠା ବଣିକ ସଂଘ ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ