ବେଲଗୁଣ୍ଠା ବଣିକ ସଂଘ ତରଫରୁ ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବଣିକ ସଂଘ ତରଫରୁ ଓଡ଼ିଶା ବିଧାନ ସଭାର ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଆଜି ମଧ୍ୟାହ୍ନ 12 ଘଣ୍ଟା ସମୟରେ ବେଲଗୁଣ୍ଠା ବଣିକ ସଂଘ ସଭା ଗୃହ ଠାରେ ବଣିକ ସଂଘ ସଭାପତି ସିଏଚ୍ ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବାଚସ୍ପତି ଶ୍ରୀ ଆରୁଖଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ବଣିକ ସଂଘ ଉପସଭାପତି କେ ଜିତେନ୍ଦ୍ର ସୁବୁଦ୍ଧି, ସମ୍ପାଦକ କୈଳାସ କୁମାର ମହାପାତ୍ର, ସହସମ୍ପାଦକ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ଉପଦେଷ୍ଟା ତଥା ରୋଟାରୀ କ୍ଳବ୍ ସଭାପତି ଭି ଦେବୀ ପ୍ରସାଦ ପାତ୍ର, ସଦସ୍ୟ ଟି ଶରତ୍ ପାତ୍ର, ସତ୍ୟ ପାତ୍ର, ଚନ୍ଦନ ସାହୁ, କୁନା ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଆଜି ବାଚସ୍ପତି ଶ୍ରୀ ଆରୁଖ ବେଲଗୁଣ୍ଠା ସ୍ଥିତ 2 ନମ୍ବଦ ୱାର୍ଡ ବାସିନ୍ଦା ସନ୍ୟାସୀ ଡାକୁଆ ଙ୍କ ସ୍ତ୍ରୀ କୁମାରୀ ଙ୍କ ଆଜି ଦ୍ବାଦସାହ ଅବସରର ବେଲଗୁଣ୍ଠା ରେ ପହଞ୍ଚିଥିଲେ, କୁମାରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ ,ଏହି ଅବସରରେ ଦୁଇ ନମ୍ବର କାଉନସିଲର ଦିବ୍ୟ ରଞ୍ଜନ ଦାଶ ଙ୍କ ନେର୍ତ୍ତୃତ୍ୟରେ ବାଚସ୍ପତିଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ