ବେଲଗୁଣ୍ଠା ବଣିକ ସଂଘ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବଣିକ ସଂଘ ଓ ଶଙ୍କର ଚକ୍ଷୁ ମେଡ଼ିକାଲ ର ମିଳିତ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ବେଲଗୁଣ୍ଠା ବଣିକ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଅଛି ।ବେଲଗୁଣ୍ଠା ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହି ଶିବିରରେ ମୋଟ ୮୫ଜଣ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ୩୨ ଜଣଙ୍କ ପରଳ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଅପରେସନ ପାଇଁ ଚିକିତ୍ସାଳୟ ପଠାଯାଇଥିଲା । ତତ୍ ସହିତ ୩୦ ଜଣଙ୍କ ଗ୍ଳୁକୋମା ପରୀକ୍ଷା ହୋଇଥିବା ବେଳେ ୧୧ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏହି ଶିବିରରେ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ ପରିଚାଳନା କରିଥିବା ବେଳେ ମୁଖ୍ୟ ଟେକ୍ନିସିଆନ୍ ଭାଗ୍ୟଲତା ଗୌଡ଼,ଟେକ୍ନିସିଆନ୍ ସୁନୀଲ୍ ମହାନ୍ତି ଓ ହରପ୍ରିୟା ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିଥିଲେ ।ବଣିକ ସଂଘ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ,ପ୍ରେସ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବଣିକ ସଂଘ ସଦସ୍ୟ ମାନେ ସହଯୋଗ କରିଥିଲେ ।