ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଥାନାରେ ଯୋଗ ଦେଇଥିବା ନୂତନ ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କୁ ବେଲଗୁଣ୍ଠା ବଣିକ ସଂଘ ତରଫରୁ ସ୍ୱାଗତ କରାଯାଇଛି I ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଉପସଭାପତି ଜିତେନ୍ଦ୍ର ସୁବୁଦ୍ଧି,କୋଷାଧ୍ୟକ୍ଷ ବୁଲୁ ପାତ୍ର, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ପାତ୍ର, ଚିଦାନନ୍ଦ ପାତ୍ର, ସାମ୍ବାଦିକ ଚନ୍ଦନ କୁମାର ସାହୁ ପ୍ରମୁଖ ନୂତନ ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କୁ ସାକ୍ଷାତକରି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ I ବେଲଗୁଣ୍ଠା ସହର ବାଣିଜ୍ୟର ଏକ ଐତିହାସିକ ପେଣ୍ଠ ସ୍ଥଳ ହୋଇଥିବା ବେଳେ ସହରର ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକର ସୁରକ୍ଷା ଏବଂ ବେଲଗୁଣ୍ଠା ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ବଣିକ ସଂଘ କର୍ମକର୍ତ୍ତା ମାନେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଳେ I ପ୍ରକାଶ ଥାଉକି ବନବିହାରୀ ପ୍ରଧାନ ଖୋର୍ଦ୍ଧା ଟାଉନ୍ ଥାନାରୁ ବଦଳି ହୋଇ ବେଲଗୁଣ୍ଠା ଥାନାକୁ ଆସିଥିବା ବେଳେ ଏଠାରେ ପୂର୍ବରୁ କାର୍ଯ୍ୟରତ ଥାନା ଅଧିକାରୀଙ୍କର ଯାଜପୁର ଜିଲ୍ଳାକୁ ବଦଳି ହୋଇଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ