ବେଲଗୁଣ୍ଠା ବିଜେଡି ରେ ମିଶ୍ରଣ ପର୍ବ ଓ କର୍ମୀ ସମିଳନୀ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ବେଲଗୁଣ୍ଠା ବ୍ଲକ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମ ମଁl ଚମ୍ପା ଦେବି ପୀଠରେ ବେଲଗୁଣ୍ଠା ବିଯୁଜନତା ଦଳ ର କର୍ମୀ ସମିଳନୀ ଓ ମିଶ୍ରଣ ପର୍ବ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ଗତ କାଲି ସଡ଼କ ଦୁର୍ଘଟଣା ରେ ମୃତ ବରଣ କରିଥିବା ମଙ୍ଗଳପୁର ଛାତ୍ର ବିଜେଡି ସଭାପତି କାଁନ୍ହୁ ସେଠି ଙ୍କ ଉଦେଶ୍ୟ ରେ ସ୍ମୃତି ସଭା କରି ଅମର ଆତ୍ମା ର ସଦଗତି ପାଇଁ ଏକ ମିନଟ ର ନିରବ ପ୍ରାଥନା କରିଥିଲେ l ଆଜି ଶାସନ ପଞ୍ଚାୟତ ର ସାନ ଦୋଡ଼ଙ୍ଗା ସ୍ଥିତ କୋଠ ଘର, ଆମ୍ବଡୋଳି ଗ୍ରାମରେ ଠାକୁରାଣୀ ମନ୍ଦିର ନିକଟରେ କଲ୍ୟାଣ ମଣ୍ଡପ ଆସିକା ସାଂସଦ ପ୍ରମିଳା ବିଶୋଇ ଉଦ୍ଘାଟନ କରିଥିଲେ l
ମୁଖ୍ୟ ଅତିଥି ରୂପେ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଆଗାମୀ ତ୍ରୀ ସ୍ତରୀୟ ନିର୍ବାଚନ ରେ ବିଜୟ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ l ସାମୁହିକ ସଭାରେ ପ୍ରାରମ୍ଭରୁ ବିଜୁ ବାବୁଙ୍କ ରାଷ୍ଟ୍ର ପ୍ରତି ସହଭାଗିତା ଅଦ୍ୱିତୀୟ ବୋଲି ଯୁବ ସମାଜସେବି ସ୍ବସ୍ତି ସୁନ୍ଦର ମତବ୍ୟକ୍ତ କରି ସ୍ୱାଗତ ଭାଷଣ ଦେଇଥିଲେ l ବେଲଗୁଣ୍ଠା ବ୍ଲକ ର ବଡ଼ବୋରସିଂ , ଖେତ୍ରିୟବରପୁର ଓ ଶାସନ ପଞ୍ଚାୟତ ର ଶତାଧିକ ଯୁବକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗ ଦେଲେ l ବିଧାୟକ ଓ ସାଂସଦ ଉତ୍ତରିଅ ଫୁଲମାଳ ଦେଇ ନୂତନ କର୍ମୀ ମାନଙ୍କୁ ସ୍ବାଗତ କରିଥିଲେ l କାର୍ଯ୍ୟକ୍ରମ ମଧ୍ୟରେ ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଅନଲାଇନ ମାଧ୍ୟମ ରେ ଉପସ୍ଥିତ ରହି କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ lଅନ୍ୟ ମାନଙ୍କ ମଧରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜ ବିହାରୀ ନାୟକ, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଏସ ରାମେଶ୍ୱର ପାତ୍ର, ଯୁବ ବିଜେଡି ସଭାପତି ଶିବରାମ ରାଉତ, ଡିଜିଟାଲ ସଂପାଦକ ବିଭୂପlଦ ଜେନା, ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସିମଞ୍ଚଳ ବିଶୋଇ,ନିକୁଞ୍ଜ ଖଣ୍ଡୁଆଳ, ନାରାୟଣ ସ୍ୱାଇଁ ଲିଙ୍ଗରାଜ ପ୍ରଧାନ, ଜିଲ୍ଲାପରିଷଦ ଲକ୍ଷ୍ମୀ ପ୍ରିୟା ବେହେରା, ଅମିତ କୁମାର ନାୟକ ଅତିଥି ରୂପେ ଯୋଗ ଦେଇ ଥିଲେ l ବରିଷ୍ଠ ଶିକ୍ଷାବିତ ବଳରାମ ଗୌଡ଼ ଓ କବିରାଜ ପରିଡା ସ୍ବର୍ଗତ ବିଜୁ ବାବୁ ଙ୍କ ସମଗ୍ର ଜାତି ପ୍ରତି ଅତୁଳନୀୟ ଅବଦାନ ଉପରେ ଅଭିମତ ରଖି ଯୁବ ସମାଜ ସାମୁହିକ ସ୍ୱାର୍ଥ ର ରାଜନୀତି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ବ୍ଲକ ଉପସଭାପତି କୁଞ୍ଜ ମହାନ୍ତି ଧନ୍ୟବାଦ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ