ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗ ଆଲୋଚନା ଚକ୍ର
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି ।ପୁର୍ବତନ ଅଧ୍ୟକ୍ଷ ଡଃ ଗୁରୁମୂର୍ତି ନାୟକଙ୍କ ସଭପତିତ୍ୱ କରିଥିବା ବେଳେ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଦେବେନ୍ଦ୍ର କୁମାର ରଥ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ ।ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ଆବାହନରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଭାଗୀୟ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ,ଓଡ଼ିଆ ଅଧ୍ୟାପକ ସପନ କୁମାର ପ୍ରଧାନ,ଅତିଥି ଅଧ୍ୟାପିକା ପିଙ୍କି ପାତ୍ର, ଶିବରାମ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ ।ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ସୁଶ୍ରୀ ସ୍ଵୀଟି ସାହୁ “ସୁବାଷ ଚନ୍ଦ୍ର ବୋଷ ଓ ଆଜାଦ୍ ହିନ୍ଦ ଫୌଜ” ନାମକ ଏକ ସ୍ପନ୍ଦର୍ଭ ପାଠ।କରି ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ।ତାଙ୍କର ପଠନଶୈଳୀ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା ।ରଚନା ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଅଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।ବାଲାଜୀ ବେହେରା, ଲକି ମଳିକ, ହେମଲତା ନାୟକ,ଶୁଭସ୍ମିତା ମହାପାତ୍ର,ସାଗରିକା ବିଷୋୟୀ ଓ ଅନ୍ୟମାନେ ସହଯୋଗ କରିଥିଲେ ।