ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗର ପାଠ ଚ଼କ୍ର
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାବିଭାଗର ପାଠଚ଼କ୍ର କାର୍ଯ୍ୟକ୍ରମ ରେ ଅଧାପକ ଅଶୋକ କୁମାର ସ୍ଵାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପିଙ୍କି ପାତ୍ର ପରିଚାଳନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ପ୍ରଧାନ ଓ ଯୁବସାମ୍ବାଦିକ ଶିବରାମ ଚୌଧୁରୀ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ସୁଶ୍ରୀ ପୂଜା ବାରିକ ସ୍ଵାଗତ ସଂଗୀତ ଗାନ କରିଥିଲେ ।ସୁଶ୍ରୀ ଜୟଶ୍ରୀ ଗୌଡ଼+3 ଶେଷ ବର୍ଷଛାତ୍ରୀ ରାଷ୍ଟ୍ରୀୟ ମାଧ୍ୟ୍ୟମିକ ଶିକ୍ଷା ଅଭିଯାନ ସଂପର୍କରେ ସନ୍ଦର୍ଭ ପାଠ କରିଥିଲେ।ଏହି ପାଠଚ଼କ୍ରରେ ବହୁ ତର୍କ ବିତର୍କ ହୋଇଥିଲା ଏବଂ ପିଙ୍କି ପାତ୍ର ଙ୍କ ସମେତ ସଭାପତି ଓ ସମ୍ମାନୀତ ଅତିଥି ମାନେ ସୁନ୍ଦର ଆଲୋଚନା କରିଥିଲେ l ବହୁ ଛାତ୍ରଛତ୍ରୀ ଏହିପାଠଚ଼କ୍ରରେ ଯୋଗଦେଇ କାର୍ଯ୍ୟକ୍ରମକୁସଫଳରୁପାୟନ କରିଥିଲେ। ଶେଷରେ ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।