ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡଃ ଗୁରୁମୂର୍ତ୍ତୀ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଆଶୋକ କୁମାର ସ୍ଵାଇଁ ଯୋଗ ଦେଇଥିଲେ I ଜାତୀୟ ସେବା ଯୋଜନା ୟୁନିଟ୍-୧ ର କାର୍ଯ୍ୟକ୍ରମ ଅଧିକାରୀ ଡ.ପ୍ରଫୁଲ୍ଲ କୁମାର ଜେନା, ୟୁନିଟ୍-୨ ର କାର୍ଯ୍ୟକ୍ରମ ଅଧିକାରୀ ଅଜୟ କୁମାର ବିଶ୍ୱାଳ, ୟୁନିଟ୍-୩ ର କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୂରୀ ଏବଂ ଶୁଶାନ୍ତ କୁମାର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ I ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ I ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବେଲଗୁଣ୍ଠା ସହର ସମେତ ପୋଷ୍ୟଗ୍ରାମକୁ ପରିକ୍ରମା କରିଥିଲେ I ୟୁନିଟ୍-୩ ର କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ