ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱାଗତ ସଭା ଏବଂ ଆଲୋଚନା ଚକ୍ର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱାଗତ ସଭା ଏବଂ ଆଲୋଚନା ଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅଧ୍ୟାପକ ସପନ କୁମାର ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଏଥିରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ,ପିଙ୍କି ପାତ୍ର, ବିଶ୍ୱ ରଞ୍ଜନ ସ୍ୱାଇଁ, ରଞ୍ଜିତ୍ କୁମାର ସାମଲ୍ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ I ଅନୁଷ୍ଠାନର ତୃତୀୟ ବର୍ଷର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ ରକ୍ତମାଟି ନାଟକର ସାମାଜିକ ଛିତ୍ର ସନ୍ଦର୍ଭ ପାଠ କରିଥିଲେ I ଛାତ୍ର ଦ୍ୱିତୀକୃଷ୍ଣ,ସାଗର, ଜ୍ୟୋତି, ପବିତ୍ର, ଅଜୟ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ I ଅତିଥି ମାନେ ମହାବିଦ୍ୟଳୟର ଗୌରବମୟ ଇତିହାସକୁ ଫେରାଇ ଆଣିବା ସହିତ ଶୃଙ୍ଖଳିତ ଜୀବନଯାପନ ପାଇଁ ସମୟାନୁବର୍ତ୍ତିତା ହେବାପାଇଁ ଉପଦେଶ ଦେଇଥିଲେ I କାର୍ଯ୍ୟକ୍ରମରେ ବନୀଷା,ରଶ୍ମି, ସୁସ୍ମିତା, ରୀନା,ପ୍ରଜ୍ଞା ପ୍ରମୁଖ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼.ଗୁରୁମୂର୍ତ୍ତୀ ନାୟକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I