ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସର୍ଭେ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ଅନୁଷ୍ଠାନିକ ଶିକ୍ଷା କିମ୍ବା ନିୟମିତ ନିଯୁକ୍ତିରେ ନଥିବା ଯୁବକ ମାନଙ୍କର ଏକ ସର୍ଭେ ଶିବିର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତନରଡା ସରପଞ୍ଚ ପ୍ରତିନିଧି ଅନୀଲ କୁମାର ପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଡ.ଗୁରୁମୂର୍ତ୍ତୀ ନାୟକ, ଅଶୋକ କୁମାର ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ,ରଂଜିତ୍ କୁମାର ସାମଲ, ବିଶ୍ୱରଞ୍ଜନ ସ୍ୱାଇଁ ଏବଂ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏହି ଶିବିର ଉଦ୍ଘାଟିତ ହୋଇଥିଲା I ଏହି ଶିବିରରେ ଆନୁଷ୍ଠାନିକ ଶିକ୍ଷା କିମ୍ବା ନିୟମିତ ନିଯୁକ୍ତିରେ ଅବହେଳିତ ହୋଇ ରହିଥିବା ଯୁବକ ମାନଙ୍କର ଥଇଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି ସ୍ଵତନ୍ତ୍ର ଶିବିର ଆଗାମୀ ସାତଦିନ ଧରି ଚାଲୁ ରହିବା ସହ ଗ୍ରାମ ଗୁଡିକରେ ସର୍ଭେ କରି ପ୍ରାପ୍ତ ତଥ୍ୟ ସମ୍ପର୍କରେ ସ୍ଵେଚ୍ଛାସେବୀମାନେ ସରକାରଙ୍କୁ ଅବଗତ କରାଇବେ I ଏହି ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି I ଆଜିର କାର୍ଯ୍ୟକ୍ରମରେ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ