ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସର୍ଭେ ଶିବିର ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ଅନୁଷ୍ଠାନିକ ଶିକ୍ଷା କିମ୍ବା ନିୟମିତ ନିଯୁକ୍ତିରେ ନଥିବା ଯୁବକ ମାନଙ୍କର ସ୍ଵତନ୍ତ୍ର ସର୍ଭେ ଉଦଯାପିତ ହୋଇଯାଇଛି I ଦୀର୍ଘ ସାତ ଦିନ ଧରି ଆମ୍ବପୁଆ,ଉଢୁରା,ଧୂମୂଛାଇ,ତନରଡା ଏବଂ ଇଙ୍ଗିନାଠି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଅନୁଷ୍ଠାନିକ ଶିକ୍ଷା କିମ୍ବା ନିୟମିତ ନିଯୁକ୍ତିରେ ନଥିବା ଯୁବକ ଯୁବତୀ ମାନଙ୍କର ସର୍ଭେ କରିଥିଲେ I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନାର ରାଜ୍ୟ ପ୍ରଶିକ୍ଷକ ଅଧ୍ୟାପକ ନୀରଦ ଚରଣ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଗଞ୍ଜାମ ଜିଲ୍ଳା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ଚରଣ ବିଷୋୟୀ ଏବଂ ସମ୍ମାନୀତ ଅତିଥି ରୂପେ ତନରଡା ସରପଞ୍ଚ ସସ୍ମିତା କୁମାରୀ ପାଠୀ,ସରପଞ୍ଚ ପ୍ରତିନିଧି ଅନୀଲ କୁମାର ପାଠୀ, ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ଅଶୋକ କୁମାର ସ୍ୱାଇଁ,ସାମ୍ବାଦିକ ଶିବରାମ ଚୌଧୂରୀ ଏବଂ ରବୀନ୍ଦ୍ର ନାଥ୍ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏହି ଶିବିର ଉଦଯାପିତ ହୋଇଥିଲା I ଏହି ଶିବିରରେ ଆନୁଷ୍ଠାନିକ ଶିକ୍ଷା କିମ୍ବା ନିୟମିତ ନିଯୁକ୍ତିରେ ଅବହେଳିତ ହୋଇ ରହିଥିବା ଯୁବକ ମାନଙ୍କର ଥଇଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ