ବେଲଗୁଣ୍ଠା ବିଡିଓଙ୍କ ନିଆରା ହୋଲି:ଜିଲ୍ଲାପାଳ କଲେ ପ୍ରଶଂସା

ଗାଙ୍ଗପୁର, (ସନ୍ତୋଶ ବିଷୋୟୀ),ନିଜର ଦକ୍ଷତା ଓ କର୍ତ୍ତବ୍ୟନିଷ୍ଠ ଗୁଣ ବଳରେ ବେଲଗୁଣ୍ଠା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ର ଗଞ୍ଜାମ ଜିଲ୍ଲାର ପ୍ରଶାସନିକ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ନିଜ କର୍ମମୟ ଜୀବନର ପ୍ରଥମେ ସେବା ଓ କର୍ମକୁ ଗୁରୁତ୍ୱ ଦେଉଥିବା ଏହି ଯୁବ ଅଫିସର ଜଣକ ହୋଲି ଦିନ ମନରେଗା କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ନିଆରା ଢ଼ଙ୍ଗରେ ହୋଲି ଉତ୍ସବ ପାଳି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।ଯାହା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏହି ମହତ୍ କାମ ପାଇଁ ଟୁଇଟ୍ କରି ଶ୍ରୀ ମହାପାତ୍ରଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।ହୋଲି ଦିନ ଶ୍ରୀ ମହାପାତ୍ର କିଛି ଅବିର ଓ ମିଠା ସହ ତନରଡା ଗ୍ରାମ ପଞ୍ଚାୟତର ଗୁଡିବନ୍ଧ କାର୍ଯ୍ୟ,ଇଙ୍ଗିନାଠି ଗ୍ରାମ ପଞ୍ଚାୟତର ଆଡିନାଳ ,ମନ୍ଦାର ଓ କେବିରି ବରପୁରର କିଛି ହିତାଧିକାରୀ,ଆମ୍ବପୁଆ ପଞ୍ଚାୟତର ଚାଲିଥିବା କିଛି ଉନ୍ନୟନ ମୁଳକ କାର୍ଯ୍ୟ ସ୍ଥଳୀରେ ପହଞ୍ଚି ସେଠାରେ ନିୟୋଜିତ ଶ୍ରମିକ ମାନଙ୍କୁ ମିଠା ଖୁଆଇ ଅବିର ଲଗାଇ ହୋଲିର ଅଭିନନ୍ଦନ ଜଣାଇ ସେମାନଙ୍କ ଉତ୍ସାହ ଦ୍ୱିଗୁଣିତ କରିଥିଲେ ।ଶ୍ରମିକ ମାନେ ମଧ୍ୟ ଛୁଟି ଦିନରେ ନିଜ ଅଫିସରଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ।ବିଡିଓଙ୍କ ଏହି ନିଆରା କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲାପାଳ ୨୯ତାରିଖ ୪.୧୪ମିନିଟରେ ଟୁଇଟ୍ କରି ଏହାକୁ ଏକ ପ୍ରଶଂସନୀୟ କାମ ବୋଲି ଦର୍ଶାଇବା ସହ ଏହାଦ୍ୱାରା ଶ୍ରମିକ ମାନଙ୍କ ଉତ୍ସାହ ବଢିବା ସହ ଉନ୍ନୟନ ମୁଲକ କାର୍ଯ୍ୟ ମଧ୍ୟ ସୁଚାରୁରୂପେ ସମ୍ପାଦନ ହୋଇପାରିବ ବୋଲି ଟୁଇଟ୍ କରିଥିଲେ ।ବିଡିଓ ଶ୍ରୀ ମହାପାତ୍ର ବେଲଗୁଣ୍ଠା ବ୍ଳକରେ ଯୋଗ ଦେବା ଦିନ ଠାରୁ ବ୍ଳକର ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍ସାହର ସହ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ସହ କରୋନା ମୁକାବିଲାରେ ମଧ୍ୟ ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ମିଶି ବେଲଗୁଣ୍ଠା ବ୍ଳକକୁ କରୋନା ମୁକ୍ତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତା ସହ ବ୍ଳକ କାର୍ଯ୍ୟାଳୟର ଚାରିପାଖରେ ସୁନ୍ଦର ଫୁଲ ବଗିଚା ତିଆରି କରି ତାକୁ ଏକ ଉଦ୍ୟାନର ରୁପ ଦେବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।ବେଲଗୁଣ୍ଠା ବ୍ଳକକୁ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ବିକାଶର ରୋଲ୍ ମଡେଲ ରୂପେ ପରିଗଣିତ କରିବା ପାଇଁ ତାଙ୍କ ଚେଷ୍ଟା ଜାରିରଖିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ