ବେଲଗୁଣ୍ଠା ବିବେକାନନ୍ଦ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାର ଅନ୍ୟତମ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ନଗରପାଳ ଫିରୋଜ କୁମାର ସେଠୀ ଯୋଗ ଦେଇ ଶୃୃଙ୍ଖଳା ଓ ସମୟାନୁବର୍ତ୍ତିତା ଛାତ୍ର ଜୀବନର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ରୂପେ ମୋଟାବାଡି ଗୋପିନାଥ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଲୋକନାଥ ମିଶ୍ର ଯୋଗ ଦେଇ ଛାତ୍ର ଓ ଗୁରୁଙ୍କ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଛାତ୍ର ଜୀବନର ଅନୁଶାସନ ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିବା ସହିତ ଅନୁଶାସନ ଯୁକ୍ତ ଶିକ୍ଷା ପ୍ରଦାନରେ ଶିଶୁ ମନ୍ଦିର ଭଳି ବିଦ୍ୟାଳୟ ଗୁଡ଼ିକର ଅବଦାନ ଯଥେଷ୍ଟ ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟତମ ଅତିଥି ରୂପେ ଉପାଧ୍ୟକ୍ଷା ଟି.ବବିତା କୁମାରୀ,ଶିଶୁ ମଙ୍ଗଳ କମିଟି ସଦସ୍ୟ ହରିହର ପାଢୀ,ଅନୁଷ୍ଠାନର ଆଇନ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହରା,ସହ-ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସଂଘମିତ୍ରା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବେଲଗୁଣ୍ଠା ତରୁଣ କଳାକାର ସଂଘ ର ମୁଖ୍ୟ ତଥା ବିଶିଷ୍ଟ ବାଘ ନୃତ୍ୟ ଲୋକକଳା ଶିଳ୍ପୀ ମହେନ୍ଦ୍ର କୁମାର ପାତ୍ର ।ନିଜ ଅଞ୍ଚଳ ତଥା ରାଜ୍ୟ ଓ ରାଜ୍ୟ ବାହାରେ ନିଜ ପ୍ରଦର୍ଶନ ଜରିଆରେ ପ୍ରସିଦ୍ଧି ଲାଭ କରି ବେଲଗୁଣ୍ଠାର ମଣିଷ ବାଘ ନୃତ୍ୟକୁ ସୁଦୁର ପ୍ରସାରିତ କରାଇଥିବାରୁ ତାଙ୍କୁ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ତରଫରୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ବରିଷ୍ଠ କଳାକାର ସୁରେଶ ପାତ୍ର,ତବଲା ବାଦ ଶିବରାମ ନାୟକ, ସୁର୍ଯ୍ୟ ନାରାୟଣ ଡାକୁଆ,ହାରମୋନିୟମ ବାଦକ ତଥା ଗାୟକ ସନ୍ତୋଷ କୁମାର ରଣା,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଓ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମପ୍ରଦର୍ଶିତ କରାଯାଇଥିଲା ।ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ଗତ ଶିକ୍ଷା ବର୍ଷରେ ବିଭିନ୍ନ ବର୍ଗରୁ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତଥା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରଦତ୍ତ ସିଲ୍ଡ ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରଯାଇଥିଲା ।ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଅନନ୍ୟ ପ୍ରତିଭା କୁ ସମ୍ମାନ ଦେବା ଓ ଉପଯୁକ୍ତ ଶିକ୍ଷା ପ୍ରଦାନ ବ୍ୟାପକ ସଂସ୍କାର ଆଣି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସଦାସର୍ବଦା ଚେଷ୍ଟିତ ବୋଲି ସମ୍ପାଦକ ସୁଶାନ୍ତ କୁମାର ବେହରା ପ୍ରକାଶ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ର ସମସ୍ତ କାଉନସିଲର, ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି,ଅଭିବାବକ ଓ ଆଭିବାବିକା ଉପସ୍ଥିତ ଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ