ବେଲଗୁଣ୍ଠା ବ୍ଳକରେ କରୋନା ସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଥିବା ବେଳେ କରୋନା ରୁ ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରିରହିଛି ।ଫଳରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିଙ୍କ ପୁନଃ ସଂକ୍ରମଣ ଆଶଙ୍କା ଏଡାଇବା ପାଇଁ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆୟୁଷ ଡାକ୍ତରଙ୍କ ଦ୍ୱାରା ଆରମ୍ଭ ହୋଇଛି ।ବେଲଗୁଣ୍ଠା ବ୍ଳକର ବଡବୋରସିଂ, ଗାଙ୍ଗପୁର, ଗୋବରା, ଇଙ୍ଗିନାଠି, ଧୁମୁଛାଇ ଆଦି ପଞ୍ଚାୟତରେ ୧୨୧ ଜଣ କରୋନାରୁ  ସୁସ୍ଥ ହୋଇ ଘରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି ।ଏହା ସହ ହୋମ୍ ଆଇସୋଲେସନ୍ ରେ ଥିବା ଚିହ୍ନଟ ରୋଗୀଙ୍କୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇସୋଲେସନ କିଟ୍ ପ୍ରଦାନ କରାଯାଇଛି, ସ୍ୱାବ୍ ନମୁନା ଦେଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ତଥା ବର୍ତ୍ତମାନ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରାଯାଇଛି । ପ୍ରଥମ ଦିନରେ ବେଲଗୁଣ୍ଠା ବ୍ଲକ ଅଞ୍ଚଳରୁ ୮ ଜଣ ପ୍ଳାଜମା ଦାନ ପାଇଁ ସହମତି ଜଣାଇଥିବା ଜଣାପଡିଛି ।ବେଲଗୁଣ୍ଠା ବ୍ଳକର ୪୯୬ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ ତାରିଖଠାରୁ ଆରମ୍ଭ ହୋଇ ୨୬ ତାରିଖରେ ଏହି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ସରିବ ବୋଲି ବେଲଗୁଣ୍ଠା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ପ୍ରକାଶ କରିଛନ୍ତି ।ବେଲଗୁଣ୍ଠା ବ୍ଳକରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୪ ଟିମ୍ ଗଠନକରାଯାଇଛି ଏବଂ ପ୍ରତି ଟିମ୍ ରେ ଦୁଇ ଜଣ ଆୟୁଷ ମେଡିକାଲ ଅଫିସର,୫ ରୁ ୬ ଜଣ ଏ.ଏନ୍.ଏମ୍,ସଂପୃକ୍ତ ୱାର୍ଡର ଅଙ୍ଗନବାଡି କର୍ମୀ ରହିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ଜଣାଇଛନ୍ତି ।ଆୟୁଷ ଡାକ୍ତର ଡାଃ ସରୋଜ କୁମାର ପ୍ରଧାନ, ଡାଃ ରଶ୍ମିତା ପ୍ରଧାନ,ଡାଃ ଜଗନ୍ନାଥ ପତି,ଡାଃ ଶ୍ୟାମାନନ୍ଦ ବେହେରା,ଡାଃ ସୃତିବିଜିତା ରଥ,ଡାଃ ବିଷ୍ଣୁ ପ୍ରସାଦ ଚୌଧୁରୀ,ଡାଃ ପରମାନନ୍ଦ ବେହେରା ଏବଂ ଡାଃ ପାଣ୍ଡବ ସ୍ୱାଇଁ ପ୍ରମୁଖ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ