ବେଲଗୁଣ୍ଠା ବ୍ଳକର କରୋନା ଯୋଦ୍ଧା ସମ୍ବର୍ଦ୍ଧିତ

ବେଲଗୁଣ୍ଠା, (ଶିବରାମଚୌଧୁରୀ):କରୋନା ମହାସଂଗ୍ରାମ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇଥିବା ବେଳେ କରୋନା ଯୋଦ୍ଧା ଭାବେ ବହୁ ପ୍ରଶାସନିକ ଅଧିକାରୀ,ଡାକ୍ତର, ଆୟୁଷ ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ,ଆରକ୍ଷୀ ବାହିନୀ, ଆଶା ଅଙ୍ଗନବାଡି,ସରପଞ୍ଚ, ଶିକ୍ଷକ,ଅଗ୍ନିଶମ ବିଭାଗ,ସରକାରଙ୍କ ବିଭିନ୍ନ ବିଭାଗର ଛୋଟବଡ କର୍ମଚାରୀ ପ୍ରମୁଖ ଆଗଧାଡିର କରୋନା ଯୋଦ୍ଧା ଭାବେ ମାନବ ସମାଜକୁ କରୋନୀ ମୁକ୍ତ କରାଇବା ପାଇଁ ସଂଗ୍ରାମ ରତ ।ଏହି ଯୁଦ୍ଧରେ ନିଜ ଜୀବନକୁ ଜଳାଂଜଳୀ ଦେଇ କିଛି ଯୋଦ୍ଧା କରୋନା ରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇ ସମାଜ ପାଇଁ ପାଲଟିଯାଇଛନ୍ତି ଉଦାହରଣ ।ଆଉ କିଛି ଯୋଦ୍ଧା ନିଜ ପରିବାରକୁ ପଛରେ ପକାଇ ରାତିଦିନ କରୋନା ଯୁଦ୍ଧରେ ସଂଗ୍ରାମ କରିଚାଲିଛନ୍ତି ।କରୋନା ମୁକାବିଲାରେ ଏହି ଯୋଦ୍ଧାମାନଙ୍କ ଭୁମିକା ଅତି ଉଚ୍ଚକୋଟୀର ।ଏହିପରି କିଛି କରୋନା ଯୋଦ୍ଧାଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରିଛନ୍ତି ।ସେମାନଙ୍କ ମଧ୍ୟରେ ଅଛନ୍ତି ବେଲଗୁଣ୍ଠା ବ୍ଲକର ପାଇଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ତଥା ଆୟୁଷ ଡାକ୍ତର ଡାଃ ସରୋଜ କୁମାର ପ୍ରଧାନ ।କରୋନା ପ୍ରାଦୁର୍ଭାବ ଦିନଠାରୁ ବିନା ବିଶ୍ରାମରେ ଜଣେ ଡାକ୍ତର ତଥା ଜଣେ ଆଗ ଧାଡିର କରୋନା ସଂଗ୍ରାମୀ ହିସାବରେ ଉଲ୍ଲେଖନୀୟ ସେବା ବେଲଗୁଣ୍ଠା ବ୍ଳକର ଜନସାଧାରଣଙ୍କୁ ଯୋଗାଇ ଦେଇଆସୁଛନ୍ତି ।ଘରେ ନିଜର ସ୍ତ୍ରୀ ଛୁଆକୁ ପଛରେ ପକେଇ କରୋନା ପରୀକ୍ଷା ଠାରୁ ଆରମ୍ଭ କରି ଲୋକ ମାନଙ୍କୁ ସଚେତନ କରାଇବା, କରୋନା ଚିହ୍ନଟ ହେଲେ ରୋଗୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହ କୋଭିଡ କେୟାର ସେଣ୍ଟରରେ ମଧ୍ୟ ଉତ୍ତମ ରୁପେ ନିଜର କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି ଡାଃ ପ୍ରଧାନ ।ଏହି ଅବସରରେ ଛତ୍ରପୁର ଠାରେ ୭୪ ତମ ସ୍ୱାଧିନତା ଦିବସ ଅବସରରେ ଛତ୍ରପୁର ପ୍ୟାରେଡ଼ ଗ୍ରାଉଣ୍ଡରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଡାଃ ପ୍ରଧାନ ।ବେଲଗୁଣ୍ଠା ଅଞ୍ଚଳକୁ କରୋନା ମୁକ୍ତ କରିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ବୋଲି ଡାଃ ପ୍ରଧାନ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।ସେହିପରି ବେଲଗୁଣ୍ଠା ବ୍ଳକ ଧୁମୁଛାଇ ପଞ୍ଚାୟତ ଦିବଂଗତ ସରପଞ୍ଚ ତଥା କରୋନା ଯୋଦ୍ଧା ମନୋଜ ପ୍ରଧାନ ମଧ୍ୟ କରୋନା ଯୁଦ୍ଧରେ ନିଜର ଜୀବନ ହରାଇଛନ୍ତି ।ପ୍ରବାସୀ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରିବାଠାରୁ ଆରମ୍ଭ କରି ସେମାନଙ୍କ ଉପଯୁକ୍ତ ଖାଇବା ପିଇବା ବ୍ୟବସ୍ଥା।କରିବା,ଅବଧି ପରେ ସେମାନଙ୍କ ଘରକୁ ପଠାଇବା,କରୋନା ଚିହ୍ନଟ ହେଲେ ପ୍ରବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ସହ ନିରାପଦରେ କୋଭିଡ କେୟାର ସେଣ୍ଟର ପଠାଇବା ଏବଂ ଅନ୍ୟ ପ୍ରବାସୀ ମାନଙ୍କ ଯତ୍ନ ନେବା ଇତ୍ୟାଦି କାର୍ଯ୍ୟରେ ମନୋଜଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ।ନିଜର ସ୍ୱାସ୍ଥ୍ୟ ଖରାପ ଥାଇ ମଧ୍ୟ ନିଃସ୍ୱାର୍ଥପର ସେବା ମନୋଭାବ ନେଇ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥତା କାରଣରୁ ଭଞ୍ଜନଗର ଡାକ୍ତରଖାନାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।ପ୍ରଶାସନ ତରଫରୁ ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସମ୍ପନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ତାଙ୍କର ପତ୍ନୀ ସୁନିତା ପ୍ରଧାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସ୍ୱର୍ଗତ ମନୋଜଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧିତ କରିଥିଲେ ।ଅନ୍ୟ ଜଣେ ବ୍ଳକ କର୍ମଚାରୀ ତଥା କରୋନ ଯୋଦ୍ଧା ବିଏଫଟି ସଂଜିବ ସ୍ୱାଇଁ ମଧ୍ୟ କରୋନା ଯୁଦ୍ଧରେ ହାରିଯାଇ ପ୍ରାଣ ହରାଇଥିବା ବେଳେ ବ୍ଳକ ପ୍ରଶାସନ ତରଫରୁ ତାଙ୍କ ପତ୍ନୀ ଲିଲି ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଡ଼ିଓ ଶଶୀଭୂଷଣ ମହାପାତ୍ର ଓ ତହସିଲଦାର ସରୋଜ କୁମାର ବେହେରା, ସଂଜିବଙ୍କୁ ଜଣେ ସାହାସି କରୋନା ଯୋଦ୍ଧାର ଆଖ୍ୟା ଦେବା ସହ ତାଙ୍କ ବଳିଦାନକୁ ବେଲଗୁଣ୍ଠା ବ୍ଳକ ସଦସର୍ବଦା ମନେ ରଖିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ