ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗଞ୍ଜାମ ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘର ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି I ଭଞ୍ଜନଗର ନିକଟସ୍ଥ ଝାଙ୍କରେଇ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଳା ସଭାପତି ସାରଥୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ପାଇଁ ସଂଘ ସଭାପତି ଭାବେ ବସନ୍ତ କୁମାର ଜେନା, ଉପସଭାପତି ଭାବେ ସଚ୍ଚିଦାନନ୍ଦ ପ୍ରଧାନ, ଦୀପ୍ତାଂଶୁ ପ୍ରଭା ଦେବୀ,ସାଧାରଣ ସମ୍ପାଦକ ଭାବେ ବାଳକୃଷ୍ଣ ସାବତ, ଯୁଗ୍ମ ସମ୍ପାଦକ ଭାବେ ନିକୁଞ୍ଜ ନାୟକ, ଅଶୋକ କୁମାର ବେହେରା, ଗୌର ଚନ୍ଦ୍ର ପରିଡ଼ା, ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବଲ୍ଲଭ ପଣ୍ଡା, ନୀଳକଣ୍ଠ ନନ୍ଦ, ଛାୟାକାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ପ୍ରତାପ ଚନ୍ଦ୍ର ସ୍ୱାଇଁ ଏବଂ ସଂଯୋଜକ ଭାବେ ପ୍ରଶାନ୍ତ କୁମାର ପଟ୍ଟନାୟକ ମନୋନୀତ ହୋଇଥିଲେ I ଆଗାମୀ ଦିନରେ ଏହି ସଂଘ ବ୍ଳକ୍ ରେ ଏବିଇଓ ଅଭାବ, କିରାଣୀ ଅଭାବ, ଶିକ୍ଷକ ଅଭାବ, ପୁରୁଣା ପେନସନ୍ ଭଳି ଯୋଜନା ସମ୍ପର୍କରେ କାର୍ଯ୍ୟକରିବ ବୋଲି ନୂତନ ସଭାପତି ବସନ୍ତ କୁମାର ଜେନା ପ୍ରକାଶ କରିଥିଲେ I ଆଜିର କାର୍ଯ୍ୟକ୍ରମକୁ ପ୍ରାଥମିକ ଶିକ୍ଷକ ସଂଘର ଗଞ୍ଜାମ ଜିଲ୍ଳା ଯୁଗ୍ମ ସମ୍ପାଦକ ସୀମାଞ୍ଚଳ ସାହୁ ଏବଂ ସମୀର କୁମାର ଜେନା ସଂଯୋଜନା କରିଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ବାଲରାଜ୍ ଆୟାଙ୍ଗାର, କାର୍ତ୍ତିକେୟ ସେଠୀ,କୃଷ୍ଣଚନ୍ଦ୍ର ସେଠୀ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଶିକ୍ଷକ ଶଙ୍ଖନାଦ ସେନାପତି, ସନ୍ତୋଷ ପଟ୍ଟନାୟକ, ପବିତ୍ର ଶତପଥୀ,ସୁବ୍ରତ ପାତ୍ର, ପ୍ରତାପ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ