ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ନିଜ ନିଜର ବୃତ୍ତିଗତ ଜୀବନରୁ ଅଂଶଗ୍ରହଣ କରିଛନ୍ତି I ସୂଚନା ପ୍ରକାରେ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାସ୍କର ବିଷୋୟୀ ଏବଂ ବେଲଗୁଣ୍ଠା ନୋଡ଼ାଲ୍ ବୈଷୟିକ ଉଚ୍ଚ ବିଦ୍ୟାଳୟର ବରିଷ୍ଠା ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ଆଜି ସରକାରୀ ଚାକିରୀରୁ ଅବସରଗ୍ରହଣ କରିଛନ୍ତି I ଉଭୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ଭାଗ୍ୟଲତା ପ୍ରଧାନ,ପ୍ରତିଭା ରଥଙ୍କ ସମେତ ବେଲଗୁଣ୍ଠା ବ୍ଲକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ମନୋରଞ୍ଜନ ବିଷୋୟୀ, କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀ ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ସମ୍ପାଦକ ବାଳକୃଷ୍ଣ ସାବତ ଓ ସଙ୍ଗଠକ ସନ୍ତୋଷ କୁମାର ପଟ୍ଟନାୟକ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି I ସେହିପରି ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ନିଜ ନିଜ ବିଦ୍ୟାଳୟରେ କେକ୍ କାଟି, ମିଠା ଖୁଆଇ ଉଭୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁଖ ସମୃଦ୍ଧିକୁମୟ ଅବସର ଜୀବନ କାମନା କରିଛନ୍ତି I ଆଜି ରବିବାର ଛୁଟିଦିନ ଥିବାରୁ ଉଭୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆସନ୍ତା ସୋମବାର ଦିନ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପେନସନ୍ ସମ୍ଵନ୍ଧୀୟ କାଗଜପତ୍ର ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ