ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ବ୍ଳକ ସ୍ତରୀୟ ଏଫ୍.ଏଲ୍.ଏନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବ୍ଳକ୍ ର ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପାଲକ୍ ଉଦଘାଟନ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ବକ୍ତବ୍ୟ ରଖିଥିଲେ I ଏହି ପ୍ରଦର୍ଶନୀରେ ବିଚାରକ ରୂପେ ଯୋଗ ଦେଇଥିଲେ ବରିଷ୍ଠ ସମ୍ବଳ ଶିକ୍ଷକ ସମୀର୍ ଜେନା , ସିଆରସିସି ନିକୁଞ୍ଜ ନାୟକ, କାର୍ତ୍ତିକେୟ ସେଠୀ, ବିଦେଶୀ ବାଡତ୍ୟା,ସନ୍ତୋଷ ନାୟକ, ପବିତ୍ର ମୋହନ ଶତପଥୀ ଏବଂ ନୀଳକଣ୍ଠ ନନ୍ଦ I କାର୍ଯ୍ୟକ୍ରମକୁ ଏବିଇଓ ସବିତା ମଲ୍ଲିକ୍, ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଏବଂ ବାଳକୃଷ୍ଣ ସାବତ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର,ସୁମନ୍ତ କୂମାର ସେଠୀ, ସିଆରସିସି ସୁଧୀର ଦାସ,ମଧୁସୂଦନ ସେଠୀ,ଶଙ୍କର ନାରାୟଣ ସେଠୀ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ବଲ୍ଲଭ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ ବ୍ଳକ୍ ର 11 ଟି କ୍ଲଷ୍ଟର୍ ରୁ 66 ଟି ଶିକ୍ଷଣ ସାମଗ୍ରୀ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ I ଏହା ସହିତ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇ ମଙ୍ଗଳପୁର କ୍ଲଷ୍ଟର୍ ର 16 ଟି ବିଦ୍ୟାଳୟ ବୁଲିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ