ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟ ରେ ଏଡ଼ସ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ମହିଳା ମହା ବିଦ୍ୟାଳୟ ସ୍କାଉଟ, ଗାଇଡ ରେଞ୍ଜର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ଦିବସ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଅଧ୍ୟକ୍ଷତା କରି ଦ୍ଵୀପ ପ୍ରଜ୍ବଳନ କରି ଥିଲେ । ପ୍ରଥମେ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଜନ ସାଧାରଣ ଙ୍କୁ ସଚେତନ କରାଇ ଥିଲେ ପରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କର୍ମଚାରୀ ମାନେ ସଚେତନତା ଯାତ୍ରାକୁ ସ୍ଵାଗତ କରି ଏଡ୍ସ ରୋଗ କୁ ଦୂର କରିବାର ପ୍ରଣାଳୀ ଗୁଡ଼ିକୁ ଉପସ୍ଥିତ ଛାତ୍ରୀ , ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଜଣାଇଥିଲେ । ପରେ ଅନୁଷ୍ଠାନ ପ୍ରାଙ୍ଗଣ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଆଇ. ଟି. ସି. ଟି ମୁଖ୍ୟ ବିଜୟ ସାହୁ ଏଡ୍ସ ରୋଗ ଆରମ୍ଭ ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କଣ ତାର ପ୍ରତିକାର ବ୍ୟବସ୍ଥା ବିଷୟ କୁ ଉପସ୍ଥାପନ କରି ଥିଲେ । ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସ କ୍ଲବ ର ଉପଦେଷ୍ଟା ତଥା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ବର୍ତ୍ତମାନ ର ପରିସ୍ଥିତି କୁ ଠିକ ରୂପେ ପାଳନ କରାଯିବା ସହ ଆବଶ୍ୟକ ପନ୍ଥା ଗ୍ରହଣ କରିବା କୁ ନେଇ ପରାମର୍ଶ ଦେଇ ଥିଲେ । ଶେଷ ରେ ଛାତ୍ରୀ ମାନଙ୍କ ଦ୍ଵାରା ଏକ ନାଟକ “ପ୍ରସ୍ତାବ କୁ ନା ” ମଞ୍ଚସ୍ତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ରେଞ୍ଜର ଲିଡର ଗିତଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେଇ ଅତିଥି ଙ୍କୁ ପରିଚିତ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ