ବେଲଗୁଣ୍ଠା ରେ ଗଡିଲା ଅହିଂସା ରଥ

ବେଲଗୁଣ୍ଠା (ଯୁଗାବ୍ଦ ନ୍ୟୁଜ )ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଶ୍ୱର ଶାନ୍ତି ଓ ପ୍ରଗତୀ ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ଉଦେ୍ଧଶ୍ୟ ନେଇ ବେଲଗୁଣ୍ଠା ରେ ଅହିଂସା ରଥ ପହଞ୍ଚି ଥିଲା । ଅହିଂସା ରଥ ବେଲଗୁଣ୍ଠା ରେ ପହଞ୍ଚିବା ପରେ ଏହାକୁ ବିପୁଳ ସମ୍ବର୍ଦ୍ଧନା ମିଳିଥିଲା । ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତତ୍ତ୍ୱାବଧାନରେ ଚାଲିଥିବା ଅହିଂସା ରଥ କାର୍ଯ୍ୟକ୍ରମ ସୋରଡା ରୁ ଆସି ବେଲଗୁଣ୍ଠା ରେ ପହଞ୍ଚିଥିଲା । ଏହି ଅବସରରେ ବେଲଗୁଣ୍ଠା ଏନ.ଏସି କାର୍ଯ୍ୟାଳୟରେ ଗାନ୍ଧୀ ଆସିଛନ୍ତି ବେଲଗୁଣ୍ଠା କୁ ଶୀର୍ଷକ ନାଟକ ମଞ୍ଚସ୍ଥ କରାଯାଇଥିଲା । ସାଇରାମ ଗାନ୍ଧୀ ଙ୍କ ଗାନ୍ଧୀ ବେଶ ମୁଖ୍ୟ ଆକର୍ଷଣ ସାଜିଥିଲା । ଜନ ସଚେତନତା ଓ ଦସ୍ତଖତ ଅଭିଯାନ ଦ୍ୱାରା ସମ୍ବିଧାନ ମୁଖବନ୍ଧ ରେ ସ୍ଥାନିତ କରିବା ଓ ଅହିଂସା ଧର୍ମ ପାଳନ କରିବା ପାଇଁ ଉପସ୍ଥିତ ସମସ୍ତ ଦର୍ଶକ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଏନ.ଏସି ପୂର୍ବତନ ଉପନଗର ପାଳ ପ୍ରଶାନ୍ତ ସାହୁ ,ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ , ସମାଜବାଦୀ ଭି, ଦେବୀ ପ୍ରସାଦ ପାତ୍ର , ଶୁଳପାଣି ଶତପଥୀ, ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ , ସମ୍ପାଦକ ବିଜୟ ସାମଲ , ଆଇନଜୀବୀ ସନ୍ତୋଷ ପଣ୍ଡା , ମଦନ ମାହୁନ୍ତ ,ଦିଲ୍ଲୀପ ଆଚାରୀ , ଆଲୋକ ସାହାଣୀ , ପ୍ରକାଶ ସାହୁ , ଭାସ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ