ବେଲଗୁଣ୍ଠା ରେ ବିଜେଡି ର ପଦଯାତ୍ରା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତିନୋଟି ପଂଚାୟତରେ ବିଜେଡିର ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ବିଜେଡି ସଭାପତି ଏସ ରାମେଶ୍ୱର ପାତ୍ର ଙ୍କ ନେତୃତ୍ୱରେ ଚାଲିଥିବା ପଦ ଯାତ୍ରାରେ ବିଧାୟକ ପୁର୍ଣଚନ୍ଦ୍ର ସ୍ୱାଇଁ,ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ବେଲଗୁଣ୍ଠା ନଗରପାଳ ଫିରୋଜ ସେଠି ପ୍ରମୁଖ ଯୋଗ ଦେଇଥିଲେ । ଆଜି ନେଟଙ୍ଗା ପଂଚାୟତର ନେଟଙ୍ଗା, ରତ୍ନପୁର ଇଙ୍ଗିନାଠି ପଂଚାୟତର ମନ୍ଦାର, ଉସ୍ତପଲ୍ଲୀ,ସାରିଆପଲି,ଇଙ୍ଗିନାଠି,ରତଙ୍ଗ ଓ ଧୁମୁଛାଇ ପଂଚାୟତ ର ଧୁମୁଛାଇ,ପାଟୁଳିସାହି,ଉସ୍ତିଆ,କେବିରି ବରପୁର,ଡିମିରିପଲି ଗୁଡିପଲି ରେ ପଦ ଯାତ୍ରା କରା ଯାଇଥିଲା ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତଥା କାଉନସିଲର ଦିବ୍ୟରଞ୍ଜନ ଦାସ,ନଗର ବିଜେଡି ସମ୍ପାଦକ ସନ୍ତୋଷ ସୁବୁଦ୍ଧି ,ଡିଜିଟାଲ ସମ୍ପାଦକ ତଥା ସମିତି ସଭ୍ୟ ବିଭୁପାଦ ଜେନା,୪୭ ନମ୍ବର ଜୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବ୍ଲକ ଉପସଭାପତି ସୁରେନ୍ଦ୍ର ଦାସ,ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ,ବରିଷ୍ଠ ଯୁବ ନେତା ଉମା ନାୟକ,ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ଅମିତ ନାୟକ,ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼,ଗୋବରା ପଂଚାୟତ ବିଜେଡି ସଂଗଠକ କୃଷ୍ଣଚନ୍ଦ୍ର ଗୌଡ଼, ନଗର ଛାତ୍ର ବିଜେଡି ସଭାପତି ଶିବ ଶଙ୍କର ମହାପାତ୍ର,ବ୍ଲକ ବିଜେଡି ସମ୍ପାଦକ ତ୍ରିନାଥ ଗୋଛାୟତ ଙ୍କ ସମେତ ବହୁ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ।


