ବେଲଗୁଣ୍ଠା ର ବିଭିନ୍ନ ସ୍ଥାନରେ 72 ତମ ଜନାରାଜ୍ୟ ଦିବସ ପାଳିତ ,

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ,ମଙ୍ଗଳବାର ଦିନ 72 ତମ ସାଧାରଣ ତନ୍ତ୍ର ବା ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ବିଜ୍ଞାପିତ ପରିଷଦ ତରଫରୁ ପାଳିତ ବେଲଗୁଣ୍ଠା ହାଇସ୍କୁଲ ପଡିଆ ଠାରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ପତାକା ଉତଳନ କରିଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ଶଶୀଭୂଷଣ ମହାପାତ୍ର, ତହସିଲ କାର୍ଯ୍ୟାଳୟରେ ତହସିଲଦାର ସରୋଜ କୁମାର ବେହେରା, ଥାନାରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ମେଡିକାଲ ରେ ସୁପରିଟେଣ୍ଡେଣ୍ଟ ଡ଼ଃ ବାଲୁଙ୍କେଶ୍ୱର ସଢଙ୍ଗୀ, କୋଠାବାଡି ଓ ଗୃହ ନିର୍ମାଣ ବିଭାଗରେ ସହକାରୀଯନ୍ତ୍ରୀ ସରୋଜ କୁମାର ତ୍ରିପାଠୀ, ଦିବ୍ୟ ଜିବନ ସଂଘଠାରେ ସଭାପତି ପ୍ରଫୁଲ୍ଲ ପଣ୍ଡା, ସାଇ ଆଇ ଟି ଆଇ ରେ ଅଧକ୍ଷ ମଧୁସୁଧନ ମହାପାତ୍ର, ପ୍ରେସ କ୍ଲବ ଠାରେ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଆମ୍ବପୁଅ ପଂଚାୟତରେ ସରପଞ୍ଚ ପ୍ରମୋଦ ପ୍ରଧାନ, ଆସ୍କା ସେଣ୍ଟ୍ରାଲ କୋପରିଟିଭି ବ୍ୟାଙ୍କ ରେ ଶାଖାପରିଚାଳକ ମନୋଜ ବିଷୋୟୀ, ଇଙ୍ଗିନାଠି ପଂଚାୟତରେ ସରପଞ୍ଚ ସ୍ମରଣୀକା ଗୋଛାୟତ, ନାଟଙ୍ଗା ପଂଚାୟତ ରେ ସରପଞ୍ଚ ପ୍ରହ୍ଲାଦ ଲେଙ୍କା ,ବାଲିଭାଗ ସ୍କୁଲ ରେ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼, ମାଧବାରିଡା ସ୍କୁଲରେ ସମିତି ସଭ୍ୟ ଦୁର୍ଗାମାଧବ ନାୟକ, ଖେତ୍ରିୟ ବରପୁର ପଂଚାୟତ ରେ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ଶାସନ ପଂଚାୟତରେ ସରପଞ୍ଚ ରିତାଞ୍ଜଳି ପ୍ରଧାନ, ବଦବୋରସିଂ ପଚାୟତ ରେ ସରପଞ୍ଚ ଏସ ଜ୍ୟୋତିଲତା ପାତ୍ର, ଅରବିନ୍ଦ ଶିକ୍ଷାନିକେତନ ଠାରେ ପୂର୍ବତନ ଉପାଧକ୍ଷ ସ୍ବର୍ଣ୍ଣଲତ ସ୍ୱାଇଁ, ଗୋବରା ପଂଚାୟତରେ ସରପଞ୍ଚ ଇନ୍ଦିରା ବାଇ ରାଜୁ, ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ଧୀରେଶ କୁମାର ଦାଶ୍, ଗାଙ୍ଗପୁର ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ,ମେଡିକାଲରେ ଫାର୍ମାସିଷ୍ଟ ଯଜ୍ଞସେନ ସୁବୁଦ୍ଧି, ପାଇଲିପଡ଼ାରେ ଯୁବ ସମାଜ ସେବୀ କେ ରବୀନ୍ଦ୍ର କୁମାର ପାତ୍ର, ବିସ୍ୱଭାରତି ଆବାସିକ ବିଦ୍ୟାଳୟରେ ସଭାପତି କୁଞ୍ଜ ବିହାରୀ ନାୟକ, ପାଟୁଳି ସାହି ସ୍କୁଲ ରେ ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ପତାକା ଉତଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ