ବେଲଗୁଣ୍ଠା ଲୋକନାଥ ଭବନରୁ ଚୋରି; ନଗଦ ଏକ ଲକ୍ଷ ଏବଂ ଲକ୍ଷାଧିକ ଟଙ୍କାର ଗହଣା ଚୋରି
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବେଲଗୁଣ୍ଠା ଅଞ୍ଚଳରେ ଚୋରମାନଙ୍କ ପ୍ରାଦୁର୍ଭାବ ବଢ଼ିଛି I ଗତ କାଲି ରାତିରେ ବେଲଗୁଣ୍ଠା ବଣିକ ସଂଘ ଉପ ସଭାପତି କାଳୁ ଚରଣ ପଣ୍ଡାଙ୍କ ବାସ ଗୃହ ବା ଲୋକ ନାଥ ଭବନରୁ ଚୋର ମାନେ କଳା କନା ବୁଲାଇ ନଗଦ ଏକ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି କରି ନେଇଥିବା ବେଲଗୁଣ୍ଠା ଫାଣ୍ଡିରେ ଅଭିଯୋଗ ହୋଇଛି I କାଳୁ ଚରଣ ପଣ୍ଡାଙ୍କ ଘରର ସିସିଟିଭି ଦୃଶ୍ୟ ଅନୁସାରେ ଗତ କାଲି ରାତି ଏକ ଘଣ୍ଟ ପରେ ଦୁଇରୁ ଅଧିକ ଚୋର ତାଙ୍କ ଘର ବାରିପଟୁ ଗ୍ରୀଲ ତାଲା ଭାଙ୍ଗି ଓ କାଠ କବାଟ ର ଲୁହା ଗେଡା କୁ ହୋଲକରି ଅତି ଚତୁରତାର ସହ କବାଟ ଖୋଲି ଆସିଥିବା ବେଳେ ଦୁଇ ଜଣ ଚୋର କୌଶଳ କ୍ରମେ ଘରେ ପଶିଥିଲେ I ଘର ଭିତରେ ପଶିବା ପରେ ସିସିଟିଭି କ୍ୟାମେରାକୁ ଦେଖି ନିଜ ମୁହଁକୁ ଘୋଡାଇ ଦେଇଥିଲେ I ଶ୍ରୀ ପଣ୍ଡା ଏବଂ ତାଙ୍କ ପରିବାର ଉପର ଘରେ ଶୋଇଥିବା ବେଳେ ଚୋର ମାନେ ସେହି ଘରର କବାଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ I ପରେ ଘରେ ଅଧ ଘଣ୍ଟା ଧରି ଲୁଟ୍ ତରାଜ କରିବା ସହ ଆଲମାରି ଭାଙ୍ଗି ୧୦୦ ଗ୍ରାମରୁ ଅଧୂକ ଓଜନର ସୁନା ଗହଣା, ୩୦୦ ଗ୍ରାମରୁ ଅଧିକ ଓଜନର ରୁପା ଗହଣା, ନଗଦ ଲକ୍ଷାଧିକ ଟଙ୍କା ନେଇଯିବା ସହ ଘରର ଜିନିଷପତ୍ରକୁ ଏଣେ ତେଣେ ଫୋପାଡ଼ି ଦେଇଥିଲେ I ଆଜି ସକାଳେ ଶ୍ରୀ ପଣ୍ଡା ବେଲଗୁଣ୍ଠା ପୋଲିସ କୁ ଜଣାଇବା ପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ଛତ୍ରପୁରରୁ ଆସିଥିବା ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଚୋର ମାନଙ୍କ ସନ୍ଧାନ ମିଳିପାରିନାହିଁ I ଏନେଇ ବେଲଗୁଣ୍ଠା ଫାଣ୍ଡିରେ ଶ୍ରୀ ପଣ୍ଡା ସନ୍ଧ୍ୟାରେ ଏତଲା ଦେବା ପରେ କେସ୍ ନମ୍ବର ୫୧୦/୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତକୁ ଜୋରଦାର କରାଯାଉଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I