ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକରେ ଗତ ବିଳମ୍ବିତ ରାତିରେ ଶିବ ମନ୍ଦିର ପାଖ ନେଳିଆ ବନ୍ଧରେ ରମେଶ ପଟନାୟକ(୬୫) ଖସି ପଡି ମୃତ୍ୟୁ ବରଣ କରିଛନ୍ତି । ସାନ ଭାଇ ରବୀନ୍ଦ୍ର ପଟନାୟକଙ୍କ କହିବା ଅନୁସାରେ ସେ ଗତ କିଛି ଦିନ ହେବ ଶଯ୍ୟା ଶାୟୀ ଥିଲେ , ବ୍ରହ୍ମପୁର ମେଡିକାଲ ରେ ଚିକିଛା ହେବାପରେ ଏଇମସ ରେ ମଧ୍ୟ ଚିକିତ୍ସା ହେଉଥିଲେ । ସେଠାରୁ ଡାକ୍ତର ଫେରାଇବା ପରେ 5 ଦିନ ହେବ ବେଲଗୁଣ୍ଠା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ରେ ରହିଥିଲେ । ଗତ କାଲି ରାତିରେ ସେ ନିଜେ ଡାକ୍ତରଖାନାରୁ ଆସି ପୋଖରୀ ପାଖ ଚଟାଣ ରେ ଶୋଇଥିଲେ । ଏହି ସମୟରେ ପୋଖରୀ ଭିତରକୁ ଗଡି ଯାଇ ମୃତ୍ୟୁ ହୋଇଥାଇପରେ ବୋଲି ଅନୁମାନ କରାଯାଉଛି। ବେଲଗୁଣ୍ଠା ଅଗ୍ନିଶମ ବିଭାଗ କୁ ଜଣାଇବା ପରେ ଶବକୁ ଉଦ୍ଧାର କରାଯାଇଛି।ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଛନ୍ତି।ଏହି ଘଟଣା ସ୍ଥଳରେ ରମେଶ ପଟନାୟକ ଙ୍କ ଭାଇ ,ଭଉଣୀ,ଭଣଜା ସମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ