ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାଭବନର ରୌପ୍ୟ ଜୟନ୍ତୀ ପାଳିତ

ବେଲଗୁଣ୍ଠା,( ଶିବରାମ ଚୌଧୁରୀ) : ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାଭବନର ୨୫ବର୍ଷ ପୁର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମ ଦିନ ଧରି ପାଳିତ ହେଉଥିବା ବେଳେ ଏହାର ପ୍ରଥମ ଦିବସରେ ଉଦ୍ଘାଟକ ଭାବେ ଡଃ କମ୍ଭୁପାଣି ସାମନ୍ତ ଯୋଗଦେଇଥିବା ବେଳେ  ଭାବେ ସାଇ ଆଇଟିଆଇ ଅଧ୍ୟକ୍ଷ ମୁଖ୍ୟବକ୍ତା,ସୁର୍ଯ୍ୟ ନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦୈଇଥିଲେ ଏଥି ସହ ଅଭିବାବିକାମାନଙ୍କ ଦ୍ୱାରା ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ସମାରୋହର ଦ୍ୱିତୀୟ ଦିବସରେ ମାଁ ସରସ୍ବତୀଙ୍କ ପୂଜା ହେବା ସହ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା ଏଥିରେ ମେଜର ରମାରମଣ ପାଢ଼ୀ କୃତିବାସ ବିଶ୍ୱାଳ ମଞ୍ଚାସୀନ ଥିଲେ ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ବୀବରଣୀ ପାଠ କରିଥିଲେ ଅତିଥି ମାନେ ଗୁଣାତ୍ମକ ଶିକ୍ଷାକୁ ଆଧାର କରି ନିଜକୁ ଗଢ଼ି ତୋଳିଲେ ଶିଶୁ ମାନେ ଭବିଷ୍ୟତରେ ଉଜ୍ଜ୍ୱଳ ଜ୍ୟୋତି ଭାବରେ ନିଜକୁ ଗଢ଼ି ତୋଳିବା ସହ ସମାଜ ଉନ୍ନତି ପଥରେ ଆଗଭର ହେବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ଅବସରପ୍ରାପ୍ତ ବନପାଳ ଅନୁପମ ବାନାର୍ଜୀ,ପ୍ରଫେସର ଡଃ ସନ୍ତୋଷ କୁମାର ଦାସ, ଇଂ ଆଶୁତୋଷ ପାତ୍ର ମଞ୍ଚାସୀନ ଥିଲେ ବିଶିଷ୍ଟ କବି ପ୍ରଦୀପ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ ଆଜି ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏସ.ଡି.ପି. ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଭବନର ସମ୍ପାଦକ ସୁର୍ଯ୍ୟ ନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏହାକୁ ଶିକ୍ଷକ ଛାୟାକାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ଲିଲି ମହାରଣା ସ୍ବେଚ୍ଛାସେବୀ ଭାର୍ଗବୀ ପାଣିଗ୍ରାହୀ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ମହେଶ୍ବର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଅତିଥି ମାନଙ୍କ ଦ୍ୱାରା ବେଲଗୁଣ୍ଠା ପ୍ରେସ୍ କ୍ଳବ ସଦସ୍ୟ ମାନଙ୍କୁ ସମ୍ମାନିତକରାଯାଇଥିଲା

                                                 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ