ବେଲଗୁଣ୍ଠା ସହରରେ ଦୁଇଦିନ ହେବ ବିଶୋଧକ ସିଞ୍ଚନ କରାଯାଇଛି

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ର ପ୍ରକୋଡ ଦିନ କୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାର କରୋନା ପଜିଟିଭ ଙ୍କ ସଂଖ୍ୟା ୫୦୦ ଉପରେ ପହଞ୍ଚିଲାଣି ।ଏପରି ପରିସ୍ଥିତିରେ ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଉପୁଜିଛି ।ସମ୍ଭାବ୍ୟ ପରିସ୍ଥିତି କୁ ଆଖି ଆଗରେ ରଖି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ଗତ ଦୁଇଦିନ ହେବ ସହରରେ ବିଶୋଧକ ସିଞ୍ଚନ କରାଯାଇଛି ।ଏନ୍.ଏ.ସି କାର୍ଯ୍ୟ ନୀର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଧରଣୀଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁବାର ଦିନ ବ୍ଳକ ଛକଠାରୁ ଆରମ୍ଭ କରି ବାଲିଡି ସ୍କୁଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା,ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟରେରେ ବିଶୋଧକ ସିଞ୍ଚନ କରାଯାଇଥିବା ବେଳେ ଆଜି ବାଙ୍କବଜାର, ବଡଦାଣ୍ଡ ସାହି ର ବିଶୋଧକ ସିଞ୍ଚନ କରାଯାଇଛି ।ନୀର୍ବାହୀ ଅଧିକାରୀ ଶ୍ରୀ ବେହେରା ନିଜେ ଉପସ୍ଥିତ ରହି ତଦାରଖ କରିଥିବା ବେଳେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ କର୍ମଚାରୀ କଣ୍ଡୁରିଚରଣ ବାରିକ,ଅମିୟ କୁମାର ବାରିକ, ଅଶୋକ କୁମାର ବେହେରା, ସୁକାନ୍ତ କୁମାର ସେଠୀ ପ୍ରମୁଖ ବିଶୋଧକ ସିଞ୍ଚନ କରିଥିଲେ ।ଏହି ଅବସରରେ ବେଲଗୁଣ୍ଠା ସହରବାସୀଙ୍କ ନିର୍ବାହୀ ଅଧିକାରୀ ଧରଣୀଧର ବେହେରା ଓ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ