ବେଲଗୁଣ୍ଠା ସହର ସିସିଟିଭି ନଜରରେ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ବିକାଶଧାରାରେ ଏକ ନୁଆଫର୍ଦ୍ଦ ଯୋଡିହୋଇଛି ।ସହରର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧିକ ଗତିବିଧି ନଜରରେ ବାନ୍ଧି ରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ତରଫରୁ ୧୩ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି ।ବ୍ଳକ ଛକ,ଜଗନ୍ନାଥ ପ୍ରସାଦ ରୋଡ୍ ଛକ,ସୁତୁମୁସର ରୋଡ୍ ଛକ,ଥାନା ଛକ ଠାରେ ଏପରି ୧୩ଟି କ୍ୟାମେରା ଲଗାଯାଇଥିବା ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ଜଣାଇଛନ୍ତି ।ଏହି ସବୁ କ୍ୟାମେର ଉଚ୍ଚ ମାନର ହୋଇଥିବା ବେଳେ ୫୦୦ମିଟର ଦୁରରୁ ସ୍ୱଚ୍ଛ ଭାବୁ ଭିଡିଓ ଉତ୍ତୋଳନ କରିବା କ୍ଷମତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।ସିସିଟିଭି ଲାଗିବା ଦ୍ୱାରା ସହରରେ ଅସାମାଜିକ କାର୍ଯ୍ୟକଳାପ କମିବା ଦ୍ୱାରା ପୋଲିସକୁ ଅପରାଧି ଚିହ୍ନଟ କରିବାରେ ସହଜ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।ପ୍ରକାଶ ଥାଉକି ଗଭ କିଛି ଦିନ ତଳେ ଜଣେ ମହିଳାଙ୍କ ବେକରୁ ସୁନା ମାଳି ଝାମ୍ପି ନେଇ ଦୁଇଜଣ ଦୁର୍ବୁର୍ତ୍ତ ଫେରାର ହୋଇଯାଇଥିଲେ ।ଏହିପରି ସ୍ଥଳେ ସିସିଟିଭି ଦ୍ୱାରା ଅପରାଧିକ କାର୍ଯ୍ୟ କଳାପ ଉପରେ ନିୟନ୍ତ୍ରଣ ଆସିବ,ଲୋକମାନେ ମଧ୍ୟ ସଚେତନ ହେବେ ଏବଂ ଅପରାଧିଙ୍କୁ ଚିହ୍ନଟ କରିବା ସହଜ ହୋଇ ପୋଲିସର ତଦନ୍ତରେ ସହାୟକ ହେବ ବୋଲି ବେଲଗୁଣ୍ଠା ଥାନା ସବ୍ ଇନିସପେକ୍ଟର ପ୍ରକାଶ କୁମାର ସାହୁ ଜଣାଇବା ସହିତ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।ବର୍ତ୍ତମାନ ସିସିଟିଭି କଣ୍ଟ୍ରୋଲ ରୁମ୍ ବେଲଗୁଣ୍ଠା ବିଜ୍ଞାପିତ କାର୍ଯ୍ୟାଳୟରେ ରହିଥିବା ବେଳେ ଆଗାମୀ ଦିନରେ ବେଲଗୁଣ୍ଠା ଥାନାର ନୁଆ କୋଠାକୁ ସ୍ଥାନାନ୍ତରିତ ହେବ ବୋଲି ନୀର୍ବାହି ଅଧିକାରୀ ରାକେଶ ପାତ୍ର ପ୍ରକାଶ କରିଛନ୍ତି ।ବେଲଗୁଣ୍ଠା ପ୍ରଶାସନ ଏଭଳି ପଦକ୍ଷେପକୁ ବେଲଗୁଣ୍ଠା ସହରବାସୀ ସ୍ୱାଗତ କରିବା ସହ ପ୍ରଶାସନକୁ ସାଧୁବାଦ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ