ବେଲଗୁଣ୍ଠା ସୁପର ଓ ଝାଡ଼ୁଦାର ସଂଘ ଗଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁଇପର ଓ ଝାଡ଼ୁଦାର ସଂଘ ଗଠିତ ହୋଇଯାଇଅଛି । ପୁର୍ବରୁ ଏହାର ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ପୀଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁର୍ବତନ କାଉନସିଲର ଜତୀନ୍ କୁମାର ପାତ୍ର ଯୋଗ ଦେଇ ସଂଘ ତିଆରି ହେଲେ ସମସ୍ତେ ଗୋଟିଏ ମନ ହୋଇ ଏକତ୍ରିତ ଭାବେ ସଂଘ ର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ପାଇଁ ପଡିବ ବୋଲି ମତବ୍ୟକ୍ତ ହୋଇଥିଲେ ।ବେଲଗୁଣ୍ଠା ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ପୀଠରେ ସଂଘ ର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସର୍ବସମ୍ମତିକ୍ରମେ ପୁର୍ବତନ କାଉନସିଲର ଶ୍ରୀ ପାତ୍ର ଙ୍କୁ ସଂଘ ର ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ଯୁବ ସଙ୍ଗଠକ ସୁଶାନ୍ତ ବେହେରାଙ୍କୁ ସଂଘର ଉପଦେଷ୍ଟା ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ପ୍ରତିମାସରେ ସଂଘ ର ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା ଏଥି ସହିତ ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟମାନଙ୍କୁ ପରିଚୟ ପତ୍ର ପ୍ରଦାନ ଓ ଶ୍ରମ କାର୍ଡ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଂଘ ର ସକ୍ରିୟ ସଦସ୍ୟ ପ୍ରଶାନ୍ତ ନାଇକ ପରସ୍ପର ମଧ୍ୟରେ ଏକତା ବଜାୟ ରଖିବା, ଅସଦାଚରଣ ନ କରିବା, କିଛି ସମାସ୍ୟା ହେଲେ ସଭାପତି ଙ୍କ ମାଧ୍ୟମରେ ସମାଧାନ କରିବା ପାଇଁ ଶପଥ କରାଇଥିଲେ । ବୈଠକରେ ପ୍ରାୟ ୨୮ ଜଣ ସଫେଇ କର୍ମଚାରୀ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ