ବେଲଗୁଣ୍ଠା ୧୦ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀନୀଙ୍କ ପ୍ରଚାର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ପୌର ନିର୍ବାଚନ ଅବସର ରେ ବେଗୁଣ୍ଠା ଏନ୍.ଏ ସି ରେ ୧୩ ୱାର୍ଡରୁ ବିଜେଡି ଅପ୍ରତିଦ୍ଵନ୍ଦୀ ଭାବେ ୯ ଟି ୱାର୍ଡରେ ନିଜର ଆଧିପତ୍ୟ ଜାହିର୍ କରିଥିବା ବେଳେ ୪ ଟି ୱାର୍ଡରେ ପ୍ରତିଦ୍ୱନ୍ଦୀ ରହିଛନ୍ତି । ୧୦ ନମ୍ବର ୱାର୍ଡରୁ ପୁର୍ବତନ କାଉନସିଲର ରବୀନ୍ଦ୍ରନାଥ ସାହୁଙ୍କ ପତ୍ନୀ ସରଜୁ ସାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେଡି ବିରୋଧରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏଥିପାଇଁ ନିଜର ସମର୍ଥକ ଙ୍କ ସହିତ ସରଜୁ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ପାଟଣା ସାହି ଓ ବାଙ୍କ ବଜାରରେ ଘର ଘରକୁ ବୁଲି ନିଜ ସପକ୍ଷରେ ତଥା ନିଜ ନିର୍ବାଚନୀ ଚିହ୍ନ ଛତା କୁ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି । ପ୍ରଚାର ରେ ସରଜୁ ଙ୍କ ସହ ତାଙ୍କ ପତି ତଥା ପୁର୍ବତନ ବିଜେଡି କାଉନସିଲର ରବୀନ୍ଦ୍ରନାଥ ସାହୁ, ପରିବାର ବର୍ଗ ଓ ସମର୍ଥିକ ଶୋଭାଯାତ୍ରା କରି ସରଜୁ ଙ୍କ ପାଇଁ ଭୋଟଭୀକ୍ଷା କରୁଛନ୍ତି ।