ବେଲଗୁଣ୍ଠI ବ୍ଲକ୍ ରେ ପ୍ରଦୀପ ପ୍ରଜ୍ଵଳନ କାର୍ଯ୍ୟକ୍ରମ
ଗାଙ୍ଗପୁର:ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଆଜି ସାରା ଭାରତ ବର୍ଷ ଦୀପ ଜାଳି କରୋନା ବିରୁଦ୍ଧରେ ନିଜର ଏକତା ପ୍ରଦର୍ଶନ କରିଥିବାବେଳେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠI ବ୍ଲକ୍ ରେ ଏହି କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସମର୍ଥନ ଓ ସଫଳତା ମିଳିଛି l ବେଲଗୁଣ୍ଠI ବ୍ଲକ୍ ର ପ୍ରତ୍ୟେକ ଗ୍ରାମରେ ରବିବାର ରାତ୍ର ନଅ ଘଣ୍ଟ ସମୟରେ ଜନ ସାଧାରଣ ନଅ ମିନିଟ୍ ପାଇଁ ବିଦ୍ୟୁତ୍ ଲାଇଟ୍ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ, ମୋବାଇଲ୍ ଫ୍ଲାସ୍ ଲାଇଟ୍ ଆଦି ଜାଳି ପ୍ରଧାନ ମନ୍ତ୍ରୀଙ୍କ ଆହ୍ଵାନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l ଏହି ସମୟରେ ଜନ ସାଧାରଣ ସାମାଜିକ ଦୂରତ୍ଵ ରକ୍ଷା କରିବା ଦିଗରେ ସମ୍ପୂର୍ଣ୍ଣ ଯତ୍ନବାନ୍ ଥିଲେ, ଯାହା କରୋନାକୁ ପ୍ରତିହତ କରିବା ଦିଗରେ ଅଞ୍ଚଳବାସିଙ୍କ ଦୃଢ ଇଚ୍ଛା ଶକ୍ତିକୁ ସୂଚାଇ ଥିଲା l ଏହି ସମୟରେ କିଛି ବ୍ୟକ୍ତି ଆଉ ପାଦେ ଆଗକୁ ଯାଇ ପୂର୍ଣ୍ଣ କୁମ୍ଭ, ବେଦୀ ଏବଂ ମୂରୂଜ ଚିତା ପକାଇ ଏହି କାର୍ଯ୍ୟକ୍ରମକୁ ଉତ୍ସାହର ସହ ପାଳନ କରିଥିବା ଦେଖାଯାଇଥିଲା l ବିଦ୍ୟୁତ୍ ଲାଇଟ୍ ବନ୍ଦ ଥିଲାବେଳେ ଅନ୍ଧାରରେ କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଉଭୟ ବେଲଗୁଣ୍ଠI ଫାଣ୍ଡି ଏବଂ ଗାଙ୍ଗପୁର ଥାନାର ପୋଲିସ୍ କର୍ମଚାରୀମାନେ ମଧ୍ୟ ସଜାଗ ଥିଲେ l ଏହା ପୂର୍ବରୁ ମାର୍ଚ୍ଚ ୨୨ ରେ ମଧ୍ୟ ବ୍ଲକ୍ ର ଜନ ସାଧାରଣ ଜନତା କର୍ଫ୍ୟୁକୁ ଶତ ପ୍ରତିଶତ ସମର୍ଥନ ଜଣାଇବା ସହ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ନିଜର ଏକତା ଏବଂ କରୋନା ପ୍ରତି ଥିବା ସଚେତନତାକୁ ସୂଚାଇଥିଲେ l