ଇନାମ ବେଲପଡା ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଜନ୍ମ ଉତ୍ସବ ଅନୁଷ୍ଠିତ
କୋଦଳା:(ଗୁଲସନ୍ କୁମାର କର) କୋଦଳା ଏନ.ଏ.ସି ଅନ୍ତର୍ଗତ ଇନାମ ବେଲପଡା (୮ ନଂ ୱାର୍ଡ ) ରେ ଅବସ୍ତିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ତରଫରୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁ ଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଉଅଛି | ଉକ୍ତ ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ, ଦୀପ ଯଜ୍ଞ,ମହାପ୍ରଭୁ ଙ୍କ ଗ୍ରାମ୍ୟ ଭ୍ରମଣ ଯାତ୍ରା, ପ୍ରସାଦ ସେବନ ସହିତ ଓଡିଶା ସର୍ଭିସ ସେଣ୍ଟର ଫର ଦି ବ୍ଲାଇଣ୍ଡ ତରଫରୁ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ (ଦୃଷ୍ଟିହୀନ) ଭଜନ ସମାରୋହ ଏବଂ ଚକ୍ଷୁଦାନ ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ରହିଅଛି |ଗୁରୁବାର ସଂଧ୍ୟା ରେ ଗ୍ରାମର ଶତାଧିକ ମହିଳାଙ୍କ ଦ୍ୱାରା କଳସ ଯାତ୍ରା ବାହାରି ଥିଲା, ଶୁକ୍ରବାର ସକାଳ ୬ ଘଣ୍ଟା ସମୟ ରେ ପ୍ରଭାତ ଆଳତି ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପ୍ରାରମ୍ଭ ହୋଇଥିଲା ଓ ସକାଳ ୭ ଘଣ୍ଟା ସମୟରେ ଅଷ୍ଟ ପ୍ରହର ନାମ ଯଜ୍ଞମଧ୍ୟ ଶୁଭାରମ୍ଭ ହୋଇ ଥିଲା ଏହାପରେ ଭକ୍ତ ଓ ଉପାସନାକାରୀ ଙ୍କ ଯିବା ଆସିବା ଲାଗିରହିଥିଲା ସକାଳ ଠାରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର ଭକ୍ତଙ୍କ ମହାପ୍ରଭୁଙ୍କ ଠାରୁ କରୁଣା ଲାଭ କରିଥିବା ପରିଲିକ୍ଷିତ ହୋଇଅଛି |ଦର୍ଶନ ଓ ପୂଜାର୍ଚ୍ଚନା ପ୍ରାୟତଃ ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଅଛି ସୁରକ୍ଷା ଦୃଷ୍ଟିରୁ କୋଦଳା ଥାନା ତରଫରୁ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ | ସଂଧ୍ୟା ଆଳତି ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଗ୍ରାମ୍ୟ ଭ୍ରମଣ ଯାତ୍ରା ୯ ଘଣ୍ଟା ଠାରୁ ଆରମ୍ଭ ହୋଇ ଥିଲା | ମହାପ୍ରଭୁଙ୍କ ସୁସଜ୍ଜିତ ଚୌଦଳ କୁ ଭକ୍ତ ମାନେ ଧରି ପାରମ୍ପରିକ ବାଦ୍ୟ , ଘଣ୍ଟ, ମୃଦଙ୍ଗ, ଆତସବଜ ସହିତ ଭକ୍ତ ମାନେ ପାରମ୍ପରିକ ନୃତ୍ୟ କରି ଗ୍ରାମ୍ୟ ଭ୍ରମଣ ଯାତ୍ରା କରିଥିଲେ | ଶନିବାର ସକାଳ ୬ ଘଣ୍ଟ ସମୟରେ ମହାପ୍ରଭୁଙ୍କ ସିଂହାସନ ଆରୋହଣ, ସକାଳ ୭ ଘଣ୍ଟ ସମୟରେ ଅଷ୍ଟ ପ୍ରହର ନାମ ଯଜ୍ଞ ସମାପନ ଓ ଯମୁନା ସ୍ନାନ, ୧୦.୩୦ ମି ସମୟରେ ପ୍ରସାଦ ସେବନ ଓ ସଂଧ୍ୟା ୬ ଘଣ୍ଟ ସମୟ ରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ବ୍ଲାଇଣ୍ଡ ତରଫରୁ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ (ଦୃଷ୍ଟିହୀନ) ଭଜନ ସମାରୋହ ଏବଂ ଚକ୍ଷୁଦାନ ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ରହିଅଛି | ଉକ୍ତ କାର୍ଯ୍ୟକ୍ରମ ଇନାମ ବେଲପଡ଼ାରେ ୧୯୫୪ ମସିହାରୁ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଟ୍ୟ ପରିଷଦ ର ଅଧିକାରୀ ଗୋଦାବରୀ ଜେନା ଙ୍କ ନେତୃତ୍ୱ ରେ ପ୍ରାରମ୍ଭ ହୋଇଥିବା ବେଳେ କ୍ରମାଗତ ଭାବେ ପ୍ରତିବର୍ଷ ଭକ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଉକ୍ତ କାର୍ଯ୍ୟ କ୍ରମରେ ଇନାମ ବେଲପଡା ର ପରିଚାଳନା କମିଟି ଓ ଯୁବକ ଗୋଷ୍ଟି ସମ୍ପୂର୍ଣ ସହଯୋଗ କରିଥିଲେ |