ବେଳଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ବେଳଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ବେଳଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଛାତ୍ର ଜୀବନର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ରୂପେ କେଏସୟୁବି କଲେଜର ପ୍ରାକ୍ତନ ଅଧକ୍ଷ କୃତିବାସ ବିଶ୍ୱାଳ ଯୋଗ ଦେଇ ଛାତ୍ର ଓ ଗୁରୁଙ୍କ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥି ରୂପେ ବ୍ଲକ ପ୍ରାକ୍ତନ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ,ବେଳଗୁଣ୍ଠା ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ରବି ମହାପାତ୍ର,ପୂର୍ବତନ ଉପନଗର ପାଳ ପ୍ରଶାନ୍ତ କୁମାର ସାହୁ,ବରିଷ୍ଠ ବୈଜ୍ଞାନିକ ମାଗେତା ଦଳବେହେରା,ଆଇନଜୀବୀ ସନ୍ତୋଷ ପଣ୍ଡା ଯୋଗ ଦେଇ କଲେଜର ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଚଳିତ ବର୍ଷରେ ଚମ୍ପିଅନ ସୁଶାନ୍ତ,କାର୍ତିକ,ସଂଗୀତା,ଦୀପିକାଙ୍କୁ ଟ୍ରଫି ଦେଇ ସମ୍ମାନିତ କରା ଯାଇଥିଲା । ରସାୟନ ବିଭାଗର ଅଧ୍ୟାପକ ଡ଼ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଉଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉପଢୌକନ ମାନ ପତ୍ର ଦେଇ ସମ୍ମାନିତ କରା ଯାଇଥିଲା।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।ଅନୁଷ୍ଠାନର ସମସ୍ତ କର୍ମକର୍ତା ଏଥିରେ ସହଯୋଗ କରିଥିବା ବେଳେ ଗୁରୁମୁର୍ତି ନାୟକ ସଭା ପରିଚାଳନା କରିଥିଲେ । ଯୁକ୍ତ ତିନି ଅଧକ୍ଷ ଅଜିତ ପଟନାୟକ ଶେଷରେ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ