ବେଳାଭୁମି ସାହିତ୍ୟ ସଂସଦ ର ସାହିତ୍ୟ ଆସର
ନିମାପଡ଼ା, (ସନ୍ତୋଷ ଦାଶ):ଭାଷା ହେଉଛି ଗୋଟିଏ ଜାତିର ଅସ୍ମିତା, ତାହାର ସାହିତ୍ୟ ହେଉଛି ଅସ୍ମିତାର ପରିଚୟ. ଭାଷା ବଞ୍ଚିଲେ ଜାତି ବଂଚିବ ଓ ସାହିତ୍ୟ ଚିରକାଳ ସମୃଦ୍ଧ ହେବ ବୋଲି ଅସ୍ତରଙ୍ଗ ବ୍ଲକ ପୀର ଜାହାନିଆ ବେଳାଭୂମି ଠାରେ ବେଳାଭୂମି ସାହିତ୍ୟ ସଂସଦ ର ସାହିତ୍ୟ ଆସର ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ ପ୍ରସନ ପାଟସାହାଣୀ ମତବ୍ୟକ୍ତ କରିଛନ୍ତି।ବେଳାଭୂମି ସାହିତ୍ୟ ସଂସଦ ର ସଭାପତି ଚିତ୍ତରଞ୍ଜନ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସାହିତ୍ୟ ଆସରକୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଥିଲେ। ସଂସଦ ର ସମ୍ପାଦକ ଦୁଶାସନ ନାୟକ ବିବରଣୀ ପାଠକରି ସାହିତ୍ୟ ସଂସଦ ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସାହିତ୍ୟ ସଂସଦ ଅସ୍ତରଙ୍ଗ ଭଳି ଏକ ଉପକୂଳ ତଥା ସମୁଦ୍ର ବେଳାଭୂମି ତୀରରେ ସାହିତ୍ୟ ପ୍ରଚାର ଓ ପ୍ରସାର ପାଇଁ ଏହି ଯେଉଁ ପ୍ରୟାସ ଜାରି ରଖିଛି ତାହାକୁ ମନ୍ତ୍ରୀ ଶ୍ରୀ ବେହେରା ପ୍ରଶଂସା କରିଥିଲେ।ଜାଗା ଯଦି ଠିକ ହୁଏ ତାହା ହେଲେ ସାହିତ୍ୟ ସଂସଦ ର ଘର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦେବେ ବୋଲି ଘୋଷଣା କରିବା ସହ ପୀର ଜାହାନିଆ ବାଲିଯାତ୍ରା କୁ ବୃଦ୍ଧି କରାଯାଇ ପାଞ୍ଚଦିନ କରାଯିବ ଓ ପୁସ୍ତକ ପଦର୍ଶନୀ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ନିଜ ଜୀବନ କୁ ଜନକଲ୍ୟାଣ ପାଇଁ ଅବିରତ ଚେଷ୍ଟା ଜାରି ରଖିଥିବା ଓ ବିଭିନ୍ନ ସମୟରେ ଲୋକ ଙ୍କ ନିକଟରେ ପହଂଚି ଲୋକଙ୍କ ସମସ୍ୟାକୁ ପ୍ରସାରଣ କରୁଥିବା ସାମ୍ବାଦିକ ଗୌରବ ଭାବରେ ସମୀର କୁମାର କର, ଲୋକନାଥ ସ୍ବାଇଁ, ପ୍ରକାଶ କୁମାର ବେହେରା(ହାପି )ଓ ଲଲିତେନ୍ଦୁ ପଲାଉରୀ ଙ୍କ ସହିତ କବି ଏବଂ କବିୟତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।ଅନ୍ୟତମ ଅତିଥି ଭାବେ ରାଜ୍ୟ କଂଗ୍ରେସ କୃଷକ ସେଲ ଅଧକ୍ଷ ଅମୀୟ ପଟ୍ଟନାୟକ, ବ୍ୟଙ୍ଗ କବି ସମ୍ପଦ କୁମାର ରଥ, ସରପଞ୍ଚ କ୍ଷୀରୋଦ କାଣ୍ଡି,ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ ,ଶିକ୍ଷାବିତ ଦିଲ୍ଲୀପ ସେନାପତି ପ୍ରମୁଖ ଯୋଗ ଦେଇ ଭାଷା ସାହିତ୍ୟ ର ପ୍ରଚାର ଓ ପ୍ରସାର ପାଇଁ ସାହିତ୍ୟ ସଂସଦର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ।ସାହିତ୍ୟ ସଂସଦ ସଂଯୋଜକ ଶୋଭାକାର ବେହେରା, କୋଷାଧକ୍ଷ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


