ବେଳାଭୂମିରୁ ମୃତ ଦେହ ଜବତ
ପୁରୀ: ସମୁଦ୍ର ବେଳା ଭୁମିରୁ ବଳିଆପଣ୍ଡା ଥାନା ପୁଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ଜଣକ ପରିଚୟ ଭୂବନେଶ୍ୱର କପିଳେଶ୍ୱର କୁମ୍ଭାରପଡା ଅଂଚଳର ଭାସ୍କର ମୁଦୁଲି ବୋଲି ଜଣାପଡିଛି ।ସୋମବାର ଦିନ ଭାସ୍କର ସମୁଦ୍ରକୁଳକୁ ଆସିଶୋଇଥିଲେ । ରାତି ବହୁତ ହୋଇଥିଲେ ମଧ୍ୟ ଶୋଇଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିରେ ଶୋଇଥିବା ବେଳେ ତାଙ୍କର ପାଶ୍ୱର୍ରେ ଘରର ଫୋନ ନମ୍ବର ରୁ ଠିକଣା ଜଣାପଡିଛି । ପାରିବାରିକ କଳହରୁ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ।