ବେଳାଭୂମି ପଦଯାତ୍ରାରେ ସ୍ୱଛ କୋଣାର୍କ ବାର୍ତା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଉତ୍ସବ ଅବସରରେ ଶୁକ୍ରବାର ସ୍ୱଛ କୋଣାର୍କ ଓ ସବୁଜ କୋଣାର୍କ ବାର୍ତା ନେଇ ରାମଚଣ୍ଡିରୁ ଚନ୍ଦ୍ରଭାଗା ବେଳାଭୂମି ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ୱେଛାସେବୀ, ଯୁବଗୋଷ୍ଟି, ସମାଜସେବୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ । ଅତିଥିଭାବେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ,ଆୟୁଷ ଡାକ୍ତର ବିଧୁଭୂଷଣ ନାୟକ,କୋଣାର୍କ ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ, କୋଣାର୍କ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ବେଣୁଧର ବେହେରା, ଅବସରପ୍ରାପ୍ତ ପ୍ରଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ,ୱେବ ମିଡିଆ ରାଜ୍ୟ ସଭାପତି ପୂର୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ବ କରିଥିଲେ । ଏବେ ବହୁ ମାତ୍ରାରେ ପ୍ରଦୁଷଣ ବଢିବାରେ ଲାଗିଛି । ପରିବେଷକୁ ସୁରକ୍ଷିତ ରଖିବାକୁ ହେଲେ ବେଳାଭୂମୀ ସ୍ୱଛତା ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ସ୍ୱଛ ରହିଲେ ଆମେ ନିରୋଗ ରହିପାରିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମକୃଷ୍ନ ମହାନ୍ତି,ସାମ୍ବାଦିକ ସଂଘ ମୁଖ୍ୟ ଉପଦେଷ୍ଟା ମାନସ ରଂଜନ ପାତ୍ର,ଅକ୍ଷୟ କୁମାର ନାୟକ, କୋଣାର୍କ ସାହିତ୍ୟ ସଂସଦ ସଂପାଦକ ରବିନ୍ଦ୍ରନାଥ ବାହିନୀପତି,ରାଜେଶ ମହାନ୍ତି ପ୍ରମୁଖ ଉପସ୍ତିତ ରହି ପଦଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଚନ୍ଦ୍ରଭାଗା ବେଳାଭୂମିରେ ଏହି ପଦଯାତ୍ରା ଉଦଯାପିତ ହୋଇଥିଲା । ଏହି ଅବସରରେ ସମସ୍ତ ପଦଯାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତି, ଉପସଭାପତି ଭାଗିରଥି ସ୍ୱାଇଁ,ସଂପାଦକ ମନୋରଂଜନ ପଣ୍ଡା,କୋଷାଧ୍ୟକ୍ଷ ଅଜିତ କୁମାର ମଲ୍ଲିକ, ସୁକାନ୍ତ ବିଶ୍ୱାଳ, ଗଣେଷ ବେହେରା, ସନ୍ତୋଷ ରାୟ ପ୍ରମୁଖ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ