ବେଶ ଦର୍ଶନ
ଦେଖି ଦେଖି ଆଖି
ମୁଦି ହୋଇଗଲେ
ହୃଦୟ ଭିତରେ ଦିଶେ,
ଅନ୍ତରେ ବାହାରେ
ରୂପ ଅରୂପରେ
ବତିଶ ବେଶ ପ୍ରକାଶେ ।
ଅବକାଶ ବେଶ
ନିତ୍ୟଧୂପ ବେଶ
ପ୍ରତ୍ୟହ ବଡସିଂହାର,
ନାଗାର୍ଜୁନ ବେଶ
ରଘୁନାଥ ବେଶ
ବିରଳ ବେଶ ତୁମର ।
ନବ ଯଉବନ
ବେଶ ଗଜାନନ
ଚନ୍ଦନଲାଗି ଚମକ
ସେନାପଟାଲାଗି
ବେଶ ଟାହ୍ଯାଲାଗି
ସୁନାବେଶ ଚକ ଚକ ।
କାଳୀୟଦଳନ
ବଣଭୋଜି ବେଶ
ଝୁଲଣର ସନ୍ଧ୍ୟା ବେଶ,
କୃଷ୍ଣବଳରାମ
ବାମନ, ନବାଙ୍କ
କେତେ ଅବତାର ବେଶ ।
ବଳଭଦ୍ର ମୁଖ୍ଯ
ହରିହର ବେଶେ
ସେ ପ୍ରଳମ୍ବାସୁରବଧ,
ଦୁଇ ବେଶ ଛାଡି
ତିରିଶ ବେଶରେ
ତୋ ଦର୍ଶନେ ଆମେ ମୁଗ୍ଧ ।
ରାଇଦାମୋଦର
ଠିଆକିଆ ବେଶ
ବାଙ୍କଚୂଡା, ଡାଳିକିଆ,
କେବେ ଶ୍ରାଦ୍ଧବେଶ
ଘୋଡଲାଗି ବେଶ
ଦେଖୁ ବେଶ ଆଡକିଆ ।
ଗଜ ଉଦ୍ଧାରଣ
ମକରଚୌରାଶି
ପୁଷ୍ୟାଭିଷେକ, ଚାଚେରୀ,
ଜାମାଲାଗି ବେଶ
ତୁମ ପଦ୍ମବେଶ
ଆମ ମନ ନିଏ ହରି ।
ଏତେ ବେଶ ତୋର
ଦେଖୁ ଦେଖୁ ପ୍ରଭୁ
ଆଖି ହୋଇଯାଏ ମୁଦି,
ଗୋଟିଏ ଜନ୍ମରେ
ତୋ ବତିଶ ବେଶ
ଦେଖିଲେ ମିଳଇ ସିଦ୍ଧି ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ