ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ଏବଂ ଅଣଶିକ୍ଷକ(+୨ ଓ +୩) କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପୂର୍ବତନ ଜିଲ୍ଲା ଶାଖା ସଭାପତି ରଞ୍ଜିତ କୁମାର ପରିଡାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦୀର୍ଘଦିନ ଧରି ଓଡିଶାର ୩ଶହ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ କଲେଜର ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ଲାଗିରହିଛି । ସରକାରୀ କର୍ମଚାରୀଙ୍କ ଭଳି ସେମାନେ ଦାୟୀତ୍ୱ ନିର୍ବାହ କରୁଥିବା ବେଳେ ସେମାନଙ୍କ ଚାକିରୀ ସ୍ଥାୟୀ କରାଯାଇ ସେହି ଅନୁଯାଇ ଦରମା ପ୍ରଦାନ କରାଯାଇନାହିଁ । ସେମାନେ କଲେଜ ପରିଚାଳନା ସମିତି ଦ୍ୱାରା ଅତ୍ୟନ୍ତ ନଗଣ୍ୟ ଦରମା ପାଉଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୀର୍ଘବର୍ଷ ଧରି ଅନୁଦାନ ପ୍ରଦାନ କରାଯାଇନାହିଁ । ଯଦିଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଙ୍ଘକୁ ଦୁଇଥର ଡକାଯାଇ ଆଲୋଚନା କରାଯାଇଛି କିନ୍ତୁ ସେହି ଆଲୋଚନାର କୈାଣସି ସୁଫଳ ମିଳିନାହିଁ । କରୋନା ପାଣ୍ଡାମିକ ସମୟରେ ସରକାରଙ୍କ ପକ୍ଷରୁ ରାଜ୍ୟର ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ୩ଶହ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ କଲେଜର ଶିକ୍ଷକ ଓ କର୍ମଚାରୀଙ୍କ କଥା ବିଚାରକୁ ନିଆଯାଇନାହିଁ । ତେଣୁ ଏହିବର୍ଗର କଲେଜ ଗୁଡିକୁ ସରକାରୀ ଅନୁଦାନ ପ୍ରଦାନ କରାଯାଇ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଏଭଳି ଦୁଃସମୟରେ ଅନ୍ଧାର ଭିତରୁ ରକ୍ଷା କରାଯିବାକୁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଜେନା, ଶ୍ରୀଧର ବେହେରା, ମନୋରଞ୍ଜନ ମଲ୍ଲିକ,କୁଞ୍ଜ କିଶୋର ବିହାରୀ, ଦେବଦାସ ପ୍ରଧାନ, ଚିତ୍ରକାନ୍ତୀ ସେଠୀ, ଅନିତା ରାଉତ, ରମାକାନ୍ତ ପରିଡା, ମାନସ ମିଶ୍ର, ସଞ୍ଜୟ ପଲେଇ, ପ୍ରଦିପ କୁମାର ସାମଲ, ସୁକାନ୍ତ ନାଥ, ରାଜକିଶୋର ପରିଡା, ଅମିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ