ବେସାହାରା ଭାଇଭଉଣୀଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ପ୍ରଶାସନ ନିକଟରେ ଗୁହାରି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବେସାହାରା ବାପାମା ଛେଉଣ୍ଡ ଭାଇଭଉଣୀଙ୍କୁ ସରକାରୀ ସହୟତା ପ୍ରଦାନ ନିମନ୍ତେ ଗଞ୍ଜାମ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ବାପା ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ମା ମଧ୍ୟ ଆରପାରିରେ । ନିଜ ସଂପକୀୟ ଘରେ ରହୁଥିବାରୁ ସେମାନେ ପାଠ ପଢିବା ସହ ଅନ୍ୟନ୍ୟା ସୁବିଧା ପ୍ରଦାନ ନିମନ୍ତେ ଭାଇଭଉଣୀ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ରଙ୍ଗେଇଲୁା ଅଚଂଳର ସ୍ୱର୍ଗତ ପ୍ରଶାନ୍ତ କୁମାର ପାତ୍ର ଓ ଗିତାଞ୍ଜଳି ପାତ୍ରଙ୍କ ପୁଅ ସୂର୍ଯ୍ୟନାରାୟଣ ପାତ୍ର ଓ ଝିଅ ନନ୍ଦିନି ପାତ୍ର । ପୁଅ ଦଶମ ଓ ଝିଅ ୬ଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ବାପାଙ୍କ ମୃତ୍ୟୁ ପରେ ମା ଗିତାଞ୍ଜଳି ପୁଅ ଓ ଝିଅ କୁ ବହୁ କଷ୍ଟରେ ଚଳାଉଥିଲେ । କିଛି ଦିନ ହେବ ସେ ମଧ୍ୟ ଆରପରିରେ । ଏବେ ଦୁଇ ବେସାହାର ଭାଇଭଉଣୀ ସଂପକୀୟଙ୍କ ପାଖରେ ରହୁଛନ୍ତି । ସେମାନଙ୍କ ପଢିବା ସହ ଅନ୍ୟାନ୍ୟ ସରକାରୀ ସହୟତା ପ୍ରଦାନ ନିମନ୍ତେ ଦୁଇ ଭାଇ ଭଉଣୀ ଆଜି ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଥିଲେ ।